ଭୁବନେଶ୍ୱର,୦୧/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚଳତ୍କ୍ଷମ ରହିତ ବ୍ୟକ୍ତିମାନଙ୍କୁ ଚାଲିବା ଓ ଦୌଡ଼ିବା ପାଇଁ ସକ୍ଷମ କରାଇବା ଲକ୍ଷ୍ୟ ରଖି ଡା. ସମ୍ବିତ ଦାସ (ପିଟି) ଗୌତମ ପେଟ୍ରୋଲ ପମ୍ପ ନିକଟରେ, ବିଜେବି ନଗର, ଲୁଇସ ରୋଡ଼ଠାରେ ୱାକ୍ ଆଣ୍ଡ ରନ୍ ଫିଜିଓ ଥେରାପି ସେଂଟର ଆରମ୍ଭ କରିଛନ୍ତି । ଏହି ପ୍ରତିଷ୍ଠାନକୁ ସମ୍ମାନନୀୟ ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ନିଜର ଶୁଭ ହସ୍ତରେ ଉଦ୍ଘାଟନ କରିଛନ୍ତି ।
ଏହି ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଅନୁଷ୍ଠାନର ସଫଳତା କାମନା କରିଥିଲେ । ଆଇନମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ମହାଶୟଙ୍କ ଉପସ୍ଥିତି ଯୁବ ଡାକ୍ତରଙ୍କୁ ଉତ୍ସାହିତ କରିବା ସହିତ ନିଜ କର୍ତବ୍ୟ ପ୍ରତି ସଚେତନ ହେବାକୁ ପ୍ରେରଣା ଯୋଗାଇଅଛି ।