ମୌସୁମୀ ଅଧିବେଶନରେ କେନ୍ଦ୍ରାପଡା ଜିଲା ପାଇଁ ମେଡିକାଲ କଲେଜ ଘୋଷଣା କର – ମିଳିତ କ୍ରିୟାନୁଷ୍ଠାନ କମିଟି

ଗଣଧାରଣରେ ଜିଲାବାସୀଙ୍କ ଦାବି ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ
କେନ୍ଦ୍ରାପଡ଼ା,୨୨/୦୪/୨୦୨୫(ଓଡ଼ିଶା ସମାଚାର)- ମେଡିକାଲ କଲେଜ ପ୍ରତିଷ୍ଠା କେନ୍ଦ୍ରାପଡା ଜିଲାବାସୀଙ୍କ ପାଇଁ କେବଳ ଦାବି ନୁହେଁ । ଏହା ଜିଲାର ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହେଇ ଯାଇଛି । ରାଜ୍ୟରେ ତିନୋଟିି ମେଡିକାଲ କଲେଜ ଥିଲାବେଳେ କେନ୍ଦ୍ରାପଡା ଜିଲାବାସୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ପୂର୍ବ ସରକାର ଠାରୁ ଏବର ସରକାର ପର୍ଯ୍ୟନ୍ତ ୧୭ଟି ମେଡିକାଲ କଲେଜ ଘୋଷଣା ହେଲାଣି ।

କିନ୍ତୁ କେନ୍ଦ୍ରାପଡା ସେଥିରୁ ବାଦ ପଡିଛି । କେନ୍ଦ୍ରାପଡା ଏକ ଆର୍ଥôକ ଅନଗ୍ରସର ଜିଲା । ଆବଶ୍ୟକୀୟ ଭିଭିଭୂମିର ଅଭାବରୁ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରୁ ନଥିବାରୁ ନିକଟ ଭବିଷ୍ୟତରେ ଏହି ସ୍ଥିତିରେ ପରିବର୍ତନ ଆସିବାର ସମ୍ଭାବନା ଦେଖାଯାଉ ନାହିଁ ।

ଜିଲା ମଧ୍ୟ ଦେଇ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଓ ରେଳପଥ ପାଇଁ ଜିଲାବାସୀ ହଜାର ହଜାର ଏକର ଚାଷଜମି ଓ ଭିଟାମାଟି ହରାଇଥିବା ବେଳେ ସେଥିଯୋଗୁଁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି । ଏଥିସହିତ ପାରାଦୀପର ଶିଳ୍ପ କାରଖାନା ଗୁଡିକରୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ ଜିଲାର ହଜାର ହଜାର ଅଧିବାସୀଙ୍କ ଅନେକ ଦୁରାରୋଗ୍ୟର କାରଣ ହୋଇଛି ।

ପୂର୍ବ ସରକାର ୨୪ ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ ରୁ ୧୩ ରେ ପହଂଚାଇ ଥିଲେ ମଧ୍ୟ କେନ୍ଦ୍ରାପଡା ଜିଲା ସେଥିରୁ ବାଦ ପଡିଥିଲା । ସରକାର ପରିବର୍ତନ ହେଲା । ଜିଲାବାସୀ ନୂଆ ସରକାରଙ୍କ ଠାରୁ ସୁବିଚାର ଆଶା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନିକଟରେ ରାଜ୍ୟରେ ଆଉ ଚାରିଗୋଟି ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ ମଧ୍ୟ ପୁଣି କେନ୍ଦ୍ରାପଡା ଏଥିରୁ ବାଦ ପଡିବା ଜିଲାବାସୀଙ୍କୁ ମର୍ମାହତ୍ କରିଛି । ଡବଲ ଇଞ୍ଜିନ ସରକାରର ମନ୍ତ୍ରୀ ଓ ବିଧାୟକମାନେ ଅନୌପଚାରିକ ଭାବେ ଭିନ୍ନ ଭିନ୍ନ ସମୟରେ ସରକାରଙ୍କ ଅସ୍ତିବାଚକ ଆଭିମୁଖ୍ୟ ପ୍ରକାଶ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ।

ଏ ସମ୍ପର୍କରେ ଜିଲାବାସୀ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଲିଖିତ ଉତର ଆଶା କରିବା ସେଙ୍ଗ ସେଙ୍ଗ ଆସନ୍ତା ମୌସୁମୀ ଅଧିବେଶନ କାଳରେ ବିଧାନସଭାରେ ମେଡିକାଲ କଲେଜ ଘୋଷଣା ଓ ସେଥିଲାଗି ଆନୁଷଙ୍ଗିକ ଆର୍ଥôକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି କରି ମଙ୍ଗଳବାର ଦିନ “କେନ୍ଦ୍ରାପଡା ଜିଲା ମେଡିକାଲ କଲେଜ ଓ ହାସପାତାଳ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି ।

ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣରେ ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ରାମଣୀରଞ୍ଜନ ରାଉତରାୟ, ଆବହକ ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ସଂଦୀପ୍ତ ଦାସ, ମୁକ୍ତାର ଖାଁ, ଫକୀର ଖଟୁଆ, ଆଦିକନ୍ଦ ରାଉଳ, ସାମ୍ବାଦିକ ଚିତରଞ୍ଜନ ଦାସ, ସରୋଜରାଜ ସିଂ, ଡ଼. ଉପେନ୍ଦ୍ର ପ୍ରଧାନ, ନରୋତମ ପାର୍ଥସରଥୀ, ପ୍ରକାଶ ମହାନ୍ତି, ଦାଶରଥି ସାହୁ, ରାଜକୁମାର ବିଶ୍ୱାଳ, ଗୋଲକ ଚନ୍ଦ୍ର ମହାଭୋଇ, ପ୍ରତାପ ପରିଡା, ମଙ୍ଗୁଳି ଚରଣ ବେହେରା, ରବୀନ୍ଦ୍ର ବେହେରା,

ନିରାକାର ଜେନା, ବୈଷ୍ଣବ ସ୍ୱାଇଁ, ବିଜୟ ଦାସ, ସୂର୍ଯ୍ୟକାନ୍ତ ପରିଡା, ଶ୍ରୀଧର ମହାନ୍ତି, ରବୀନ୍ଦ୍ର ଜେନା, ପ୍ରଭାକର ସାମଲ, ଅଭିମନ୍ୟୁ ରାଉର, କାଶୀନାଥ ରାଉତରାୟ, ମହେନ୍ଦ୍ର ପଟ୍ଟନାୟକ, ବିଜୟ ନାୟକ, ଅନୁସୂୟା ମହାନ୍ତି, ସୁହାନା ବେଗମ, ସୁରେଶ୍ଚନ୍ଦ୍ର ପଟ୍ଟନାୟକ, ବିକାଶଚନ୍ଦ୍ର ବେଉରା, ଅବଧୂତ ରାଉତ, ରଣାଧୀର ଜେନା, ସୀତାକାନ୍ତ ନାୟକ, ପ୍ରେମାଲତା ସ୍ୱାଇଁ, ସୁଧାଂଶୁ ରାୟ, ଗଙ୍ଗାଧର ପରିଡା, ଦୋଳଗୋବିନ୍ଦ ସାହୁ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ଲେଙ୍କା, ଆଲୋକ ସାହୁ, ଆକବର ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଆସନ୍ତା ମୌସୁମୀ ଅଧିବେଶନରେ ମେଡିକାଲ କଲେଜ ଘୋଷଣା ନହେଲେ ଜିଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସଭାରେ ଆହ୍ୱାନ ଦିଆଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରେରିତ ଦାବିପତ୍ରକୁ ଅତିରିକ୍ତ ଜିଲାପାଳ(ପ୍ରଶାସନ) ରବୀନ୍ଦ୍ର କୁମାର ମଲ୍ଲିକ ସଭାସ୍ଥଳକୁ ଆସି ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *