ଯାଜପୁର, ୩୦/୦୪/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସ୍ୱର -ଓ -ସ୍ଵାକ୍ଷରର ମିଳିତ ଉଦ୍ୟମରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଭକ୍ତ କବି ଜୟଦେବଙ୍କର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।
ସ୍ୱର -ଓ -ସ୍ଵାକ୍ଷରର ସଭାପତି ତଥା ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ରା଼ଜ କିଶୋର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଅଧ୍ୟାପକ ଦାମୋଦର ବେହେରା ଓ ମୁଖ୍ୟବକ୍ତା ଡକ୍ଟର ହରିଶ୍ଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ବିଶିଷ୍ଟ କବି ସୁବ୍ରତ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅତିଥିମାନେ ଭକ୍ତ କବି ଜୟଦେବଙ୍କ ଜୀବନୀ ଓ ଗୀତଗୋବିନ୍ଦର ସର୍ବକାଳୀନ ମୂଲ୍ୟବୋଧ ଉପରେ ସାରଗର୍ଭକ ତଥ୍ୟ ପ୍ରଦାନ କରି ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ ।
ଏହି ସମାରୋହରେ ଗାଳ୍ପିକ ଡାକ୍ତର ରା଼ଜ କିଶୋର ପଣ୍ଡା ଙ୍କ ରଚିତ ଗଳ୍ପ ସଂକଳନ ” ଅଗ୍ନି ଶିଖାର ରଙ୍ଗ ” ଉଦଘାଟନ କରାଯାଇ ଥିଲା।
ଏଥି ସହିତ କୁମାରୀ ଶ୍ରେୟାଂଶୀ ପଣ୍ଡା ଗୀତଗୋବିନ୍ଦ ଆଧାରିତ ସଂଗୀତ ପରିବେଷଣ କରି ଥିଲେ ଓ କୁମାରୀ କିରଣ ମିଶ୍ର ଗୀତଗୋବିନ୍ଦ ଆଧାରିତ ଚମତ୍କାର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଦ୍ଵିତୀୟ ଅଧିବେଶନରେ ବିଦ୍ୟୁତଲତା ଦାସ,ବନ୍ଦନା ସାମଲ, ରଞ୍ଜିତା ଦାସ ଓ ଜୟନ୍ତୀ ଜେନାଙ୍କ ସଂଯୋଜନାରେ କରା ଯାଇଥିବା ” କବିତା ପାଠୋଚ୍ଛବ ” ରେ ଶତାଧିକ କବି ଓ କବିୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱର -ଓ – ସ୍ଵାକ୍ଷରର ସମସ୍ତ ସଭ୍ୟ ସଭ୍ୟାଙ୍କ ସହିତ ଯାଜପୁରର ବିଶିଷ୍ଟ ବୁଦ୍ଧିଜୀବି ଓ ସାହିତ୍ୟିକମାନେ ଅଂଶ ଗ୍ରହଣ କରିଥିଲେ ।
