ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନରେ ମଧୁ ଜୟନ୍ତୀ

କେନ୍ଦ୍ରାପଡ଼ା,୨୯/୦୪/୨୦୨୫(ଓଡ଼ିଶା ସମାଚାର)- ସହର ଉପକଣ୍ଠ ଆଇନ ମହାବିଦ୍ୟାଳୟ ସରଣୀସ୍ଥିତ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ସଭାଗୃହରେ ଉତ୍କଳ ସମ୍ମିଳନୀ ଜିଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀଉତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମଧୁବାବୁଙ୍କୁ ଓଡିଆ ଅସ୍ମିତାର ଅଗ୍ରଧାବକ ରୂପେ ଅଭିହିତ କରିଥିଲେ ।

ଉତ୍କଳ ସମ୍ମିଳନୀ ଜିଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଏହି ଉଦ୍ଧେଶ୍ୟରେ ଆୟୋଜିତ ସଭାରେ ସର୍ବୋଦୟ ମଣ୍ଡଳ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇ ମଧୁବାବୁଙ୍କୁ ଗାନ୍ଧିଜୀଙ୍କ ଅର୍ଥନୈତିକ କାର୍ଯ୍ୟସୂଚୀର ମାର୍ଗଦର୍ଶକ ଭାବେ ଅଭିହିତ କରିଥିଲେ । ଶିକ୍ଷାବିତ୍ ପ୍ରାଧ୍ୟାପକ ମୋହନ ଚରଣ ଜେନା ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥିବା ବେଳେ ସଂଗଠନର ଜିଲା ସମ୍ପାଦକ ଡ. ବାସୁଦେବ ଦାସ ଓ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ଅଜୟ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ପ୍ରତିଷ୍ଠାନର ସମ୍ପାଦକ ମହେନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ, ଆଦିକନ୍ଦ ରାଉଳ ଅତିଥି ପରିଚୟ ଓ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ରୁତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ଗାଳ୍ପିକା ଅବନ୍ତୀ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ରମଣୀ ରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ନ୍ରୁସିଂହ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଅବଧୂତ ରାଉତ, ମନୋରଞ୍ଜନ ତ୍ରିପାଠୀ, ରଣଧୀର ଜେନା, ରଞ୍ଜନ ବାଇ, ଅଶୋକ ସାହୁ, ଗୌରାଙ୍ଗ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ମଧୁସୂଦନ ବେହେରା, ପ୍ରଦୀପ ପରିଡା, ଦୀପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *