ଅଂଶୁ ଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ  

ଗରଦପୁର, ୨୩/୦୪/୨୦୨୫ (ଓଡ଼ିଶା ସମାଚାର)-   କେନ୍ଦ୍ରାପଡ଼ା ଜିଲାରେ ପ୍ରଚଣ୍ଡ ରୋøଦ୍ରତାପ ସହିତ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି । ଏହି ପରିସ୍ଥିତିରେ ଚାଷୀମାନେ କାଳ ବୈଶାଖି ପ୍ରଭାବରେ ଲଘୁଚାପ ବର୍ଷାରୁ ମୁଗ ଅମଳ ପାଇଁ ତପôରତା ପ୍ରକାଶ କରୁଛନ୍ତି । ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ତାଳସଙ୍ଗା ପଂଚାୟତର ମାଣିକପୁର ଗ୍ରାମର ମକର ଜେନା(୬୪) ଆଜି ଅଂଶୁ ଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି ।

ଆଜି ମକର ଜେନା ଦିନ ୧୧ ଟା ବେଳେ ଘର ନିକଟରୁ ଅଧ କିଲୋମିଟର ଦୂରରେ ଥିବା ମୁଗ ଜମିରେ ମୁଗ ଉପାଡ଼ୁଥିଲେ । ଖରାରେ ମକରଙ୍କ ଦେଡ ଅସୁସ୍ଥ ଲାଗିବାରୁ ସେ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଶୋଇଥିଲେ । ଗ୍ରାମର ଜଣେ ଛେଳି ଚରାଳି ସାଢ଼ ୧୨ ଟା ବେଳେ ମକର ଶୋକଥିବା ଦେଖି ତାଙ୍କୁ ଡ଼ାକିଥିଲେ । ମକର ନଉଠିବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ମକରଙ୍କୁ ପାଟକୁରା ମେଡ଼ିକାଲ କୁ ନେଇଥିଲେ । ପାଟକୁରାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ବ୍ୟବଛେଦ ପାଇଁ ମୃତ ଦେହକୁ କେନ୍ଦ୍ରାପଡ଼ା ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *