କଟକ ସଦର ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ବୈଠକ ସୁରୁଖୁରୁରେ ଶେଷ

 ବିକଶିତ ଗାଁ ବିକଶିତ ଓଡ଼ିଶା ଉପରେ ଫୋକସ୍

କଟକ ସଦର,୦୩/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବରୁ ଥରେ ସ୍ଥଗିତ ହେବା ପରେ କଟକ ସଦର ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ବୈଠକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ଅଧ୍ୟକ୍ଷତା ଓ ଵିଡିଓ ଇଂ ପ୍ରତୀକ କୁମାର ସାହୁ ଙ୍କ ପରିଚାଳନାରେ ଆଜି ମଙ୍ଗଳବାର ଦିନ ପୁଣିଥରେ ମାତ୍ର ଅଧ ଘଂଟାଏ ପାଇଁ ଅନୁଷ୍ଠିତ ହୋଇ  ସୁରୁଖୁରୁରେ ଶେଷ ହୋଇଛି।

ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେବାକୁ ଥିବା ବେଳେ ବୈଠକ ଶେଷ ପର୍ଯ୍ୟନ୍ତ ସିଏ ପହଞ୍ଚି ନଥିବା ଜଣାପଡ଼ିଛି।  ଆଜିର ବୈଠକରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ହେବାକୁ ଥିବା ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ ପ୍ରକଳ୍ପ ଉପରେ ବିଶେଷ କରି ଫୋକସ ରହିଥିଲା। ୪୦ ଭାଗ କାର୍ଯ୍ୟ ବିଧାୟକ ତାଙ୍କର ମନୋନୀତ ଏଜେନ୍ସି ଦ୍ୱାରା ଓ ୬୦ ଭାଗ କାର୍ଯ୍ୟ ସରପଂଚ, ସମିତି ସଭ୍ୟ/ ସଭ୍ୟା ମାନେ ସେମାନଙ୍କର ଏଜେନ୍ସି ଦ୍ୱାରା ଅଧ୍ୟକ୍ଷା ଙ୍କ ସୁପାରିଶ ରେ କରିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା କିଶନନଗର ୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁଭଦ୍ରା ଦାସ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *