ସାଧୁଗୋସାଇଁ ପୀଠରେ ୨୪ ପ୍ରହର ନାମ ଯଜ୍ଞ

ଯାଜପୁର, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଅକରପଡ଼ା ପଂଚାୟତର ମଲ୍ଲିକାପୁର ଗ୍ରାମସ୍ଥିତ ସାଧୁଗୋସାଇଁ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ଦିନ ଠାରୁ ୨୪ ପ୍ରହର ନାମ ସଂକୀର୍ତନ ଆରମ୍ଭ ହୋଇଥିଲା । ୧୬ କୀର୍ତନ ଦଳ ବିଭିନ୍ନ ପ୍ରହରରେ ଯୋଗଦେଇ ନାମ ସଂକର୍ତୀନ କରି ପୀଠକୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ପ୍ରତ୍ୟେକ ଦିନ ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁଙ୍କ ନାମ ଯଜ୍ଞରେ ଯୋଗାଦାନ ସହିତ ପ୍ରସାଦ ସେବନ କରିଥିଲେ । ସାଜସଜା ସହିତ ସାଧୁଗୋସାଇଁ ପୀଠକୁ ଆଲୋକମୟ କରାଯାଇଥିଲା । ମଲ୍ଲିକାପୁର ଗ୍ରାମର ଗ୍ରାମବାସୀଙ୍କ ପ୍ରତ୍ୟେକ ତତ୍ୱାବଧାନରେଏହି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *