ସପ୍ତାହ ବ୍ୟାପି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରାଲି ଉଦ୍ଘାଟିତ ।

ଯାଜପୁର, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଡକ ସୁରକ୍ଷା ସପ୍ତାହ ତା ୧ା୧ା୨୦୨୪  ରିଖ ଠାରୁ ତା ୦୭ା୦୧ା୨୦୨୪ ରିଖ ପର୍ଯ୍ୟନ୍ତ ଜିଲା ସ୍ତରରେ ପାଳନ କରାଯିବା ପାଇଁ ରାଜ୍ୟ ପରିବହନ ବିଭାଗ ସମସ୍ତ ଆଂଚଳିକ ପରିବହନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଜାରି କରିଛନ୍ତି । ଏହି ଅବସରରେ ଯାଜପୁର ଜିଲା ତରଫରୁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ସଡକ  ସୁରକ୍ଷା ସମିତି ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର, , ଆଜି ପୂର୍ବାହ୍ନରେ ଏକ ସଡକ ସୁରକ୍ଷା ସଚେତନତା ରଥ ଓ ରାଲିକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ଶ୍ରୀ ନୀଳକଣ୍ଠ ପ୍ରଧାନ, ସହ-ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ଦୀପକ ସେଠୀ, ଶ୍ରୀ ରଜତ ଶତପଥୀ ଓ ଶ୍ରୀ ପ୍ରଦୀପ୍ତ କିଶୋର ବେହେରାଙ୍କ ସମେତ ଆଂଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, ସ୍କାଉଟ, ଗାଇଡ୍, ମହିଳା ସ୍ୱେଛାସେବୀ ସଂଗଠନ “ସୁରକ୍ଷା” ର ସଦସ୍ୟା, ବିଭିନ୍ନ ଯାନ ବ୍ୟବସାୟୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ରାଲିରେ ଯୋଗ ଦେଇଥିଲେ ।  ଗୌତମ ବୁଦ୍ଧ ସଂସ୍କୃତି ଭବନରୁ ଏହି ବିରାଟ ସଚେତନତା ରାଲି ବିଭିନ୍ନ  ସଚେତନତା ବାର୍ତା ସ୍ଳୋଗାନ ଦେଇ ସହର ମଧ୍ୟ ଦେଇ ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ପହଂଚିଥିଲା । ଏହି ଉପଲକ୍ଷେ ସଚେତନତା ଅଭିମୁଖେ ବାହାରିଥିବା ସଚେତନତା ରଥ ଜଲାର ବିଭିନ୍ନ ଅଂଚଳ ପରିକ୍ରମା କରି ସଡକ ସୁରକ୍ଷା ଜୀବନ ରକ୍ଷାର ବାର୍ତା ପ୍ରଚାର ପ୍ରସାର କରିବ ।

        ପ୍ରକାଶ ଥାଉ କି, ସପ୍ତାହ ବ୍ୟାପୀ ଏହି  ସରଡ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ  ବିଭିନ୍ନ ବ୍ଳ୍କରେ ଆୟୋଜନ ପାଇଁ ସ୍ଥିରିକୃତ କରାଯାଇଅଛି । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମସ୍ତ ଜୀବନ ମୂଲ୍ୟବାନ ଊଥାପନ କରି ସଡକ ସୁରକ୍ଷା, ନିଜ ପରିବାରର ରକ୍ଷା ବାର୍ତା ଜିଲାବାସୀଙ୍କ ଉଦ୍ଧେଶ୍ୟରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଯାଜପୁର ଜିଲା ସଡକ ସୁରକ୍ଷା ସମିତି ଅଧ୍ୟକ୍ଷ ଶ୍ରୀ ରାଠୋର ପ୍ରକାଶ କରିଛନ୍ତି ।  ସେହିପରି ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ଯାନ ଚଳାଇବା ସମୟରେ ଟ୍ରାଫିକ୍ ର ସମସ୍ତ  ନିୟମ ମାନିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *