ଜଗତସିଂହପୁର, ୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଈ-କେ.ୱାଈ.ସି ଯାଞ୍ଚ କରାଇ ନେବାକୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
