ଲକ୍ଷ୍ମୀପୁର ,୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ତାରିଖ ଆସିବା ପୂର୍ବରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ ଏବେ ଜୋର୍ ଧରିଛି। ଅଧିକାଂଶ ବିଜେଡ଼ି ଦଳର ଅସନ୍ତୁଷ୍ଟ କର୍ମୀ ଏବେ ଖାଲି ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଗତ କାଲି ରବି ବାର୍ ଦିନ ବନ୍ଧୁଗାଁ ବ୍ଲକ୍ ଓ ନାରାୟଣ ପାଟଣା ବ୍ଲକରେ ବିଜେପି ଦଳର କୋରାପୁଟ ଲୋକ ସଭାର ସାଂସଦ ପ୍ରାର୍ଥୀ କାଳିରାମ୍ ମାଝୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ପ୍ରଚାର କରିବା ସମୟ ରେ ଦୁଇଟି ବ୍ଲକ୍ ର ପ୍ରାୟ ଦେଢ଼ ଶହ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ।
ଯାହାକୁ ନେଇ ଏବେ ଧୀରେ ଧୀରେ ଅନ୍ୟ ଦଳର କର୍ମୀ ବିଜେପି ଆଡ଼କୁ ଢ଼ଳିବା ବନ୍ଦ୍ ହେବାର ନାଁ ଧରୁନି। ଆଜି ପୁଣି ତିନୋଟି ବ୍ଲକରେ ଥିବା ବିଜେଡ଼ି ଦଳର ପ୍ରାୟ ୨୦ ରୁ ଉର୍ଦ୍ଧ ଆଗ ଧାଡିରେ କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି। ଏନେଇ ଲକ୍ଷ୍ମୀପୁର ବିଜେପି ଦଳ ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ମିଶ୍ରଣ ପର୍ବ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ଖୋଦ୍ ବିଧାୟକ ପ୍ରାର୍ଥୀ କୈଳାସ କୁଲେସିକା ଉପସ୍ଥିତି ରହି ସମସ୍ତଙ୍କୁ ଦଳୀୟ ଟୋପି ଓ ଉପଢ଼ୌକନ ଦେଇ ସ୍ବାଗତ କରି ଖୁସି ବ୍ୟକ୍ତ କରି ଥିଲେ।
ସେଥି ମଧ୍ୟରେ ମୁଖ୍ୟତ ଲକ୍ଷ୍ମୀପୁର ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ର ୱାର୍ଡ ମେମ୍ବର ଲକ୍ଷ୍ମୀ କାନ୍ତ ବାରିକ,ବନ୍ଧୁ ଗାଁ ବ୍ଲକ୍ କୁମ୍ଭାରିପୁଟ ପଞ୍ଚାୟତର ୱାର୍ଡ ମେମ୍ବର ଈଶ୍ୱର ମିସାଲ୍,ବନ୍ଧୁଗାଁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌରାଙ୍ଗ ପାତ୍ର,ବିଜେଡ଼ି ଦଳର କୁମ୍ଭାରିପୁଟ ପଞ୍ଚାୟତ ସଭାପତି କର୍ଣ୍ଣ ମିସାଲ୍ ଅଛନ୍ତି। ଜିଲ୍ଲା ବିଜେପିର ଉପ ସଭାପତି ନକୁଳ ବିଶୋଇ,ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ପାଢ଼ୀ,ଜିଲ୍ଲା ଓବିଶି ସଭାପତି ଟଙ୍କ ଧର ବିଶୋଇ,ଉଦୟ ହିକକା,ଅନନ୍ତ ହୁଇକା,ଅଗସ୍ତି ହଳବା, ମୁରଲୀ ତୁଳ,କାଶୀନାଥ ହିକକା,ଭୁବନ ଜାନୀ,ସୀତାରାମ କେଣନ୍ଦ୍ରୁକା ଭଳି ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ। ।ଯୋଗ ଦେଇଥିବା କର୍ମୀ ମନେ ବିଜେଡି ଦଳ ତାଙ୍କୁ ସବୁ ବେଳେ ଅଣଦେଖା କରୁଥିଲା। କେବଳ ଭୋଟ ସମୟରେ ସେମାନଙ୍କୁ ବିଜେଡ଼ି ଦଳ ବ୍ୟବହାର କରି ବାକି ଦିନ ଅଣ ଦେଖା କରୁଥିବାରୁ ସେମାନେ ଆଜି ବିଜେପି ଦଳରେ ଯୋଗ ଦେଇଥିବା ବେଳେ ଆଗକୁ ଆହୁରି ଅନେକ କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି।
