ତିର୍ତୋଲ,୧୭/୦୪/୨୦୨୫(ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ବ୍ଲକ୍ କୃଷ୍ଣାନନ୍ଦପୁର ଥାନା ସାଇଫନ୍ ବ୍ରିଜ ଉପରେ ଏକ ମୋଟରସାଇକେଲ ଧକାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କୃଷ୍ଣାନନ୍ଦପୁର ଆଖୁନ୍ ମହଲାର ସେକ୍ ଜାହେଦ ଅଲୀ (୫୫) । ମିଳିଥିବା ସୂଚନା ଅନୁସାରେ ସେକ୍ ଜାହେଦ ଅଲୀ ଜଣେ ଶ୍ରମିକ । ବଙ୍ଗାଳି ମିସ୍ତ୍ରୀ ମାନଙ୍କ ସହିତ ଶ୍ରମିକ ଭାବେ କାମ କରନ୍ତି । 
ଆଜି କାମ ସାରି ଚାଲି ଚାଲି ଘରକୁ ଫେରୁଥିବା ସମୟରେ ସାଇଫନ୍ ବ୍ରିଜ ଉପରେ ଜଣେ ମୋଟରସାଇକେଲ ଚାଳକ ଧକା ଦେବା ଫଳରେ ସେ ବ୍ରିଜ ଉପରେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡର ପଛପାଖ ମାଡ଼ ହୋଇ ରକ୍ତଶ୍ରାବ ହୋଇଥିଲା । ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତମାନ ସୁଦ୍ଧା ମୃତ ଶରୀର ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି ।
