ଗରଦପୁର, ୧୨/୦୪/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ପରିପ୍ରେକ୍ଷିରେ ଗରଦପୁର ବ୍ଲକ୍ ରେ ବି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆୟୁଷ୍ମାନ ଭାରତ ଯୋଜନା ର ଏକ ଆଭାଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ବ୍ଲକ୍ ବିଡ଼ିଓ ଆଲୋକ ରଂଜନ ସେଠିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି କ୍ଷିତିଶ ଚନ୍ଦ୍ର ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ଙ୍କ ପ୍ରତିନିଧି ତଥା ପାଟକୁରା ବିଜେପି ନେତା ତେଜେଶ୍ୱର ପରିଡ଼ା ଯୋଗଦେଇ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ଼ ବଂଟନ କରିଥିଲେ ।
ଏଥିରେ ଅନ୍ୟତମ ଅତିଥି ଭାବେ ଜିଲାପରିଷଦ ସଦସ୍ୟା ଡ଼ଲି ଶତପଥି, ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗି ,ଅତିରିକ୍ତ ଉପଜିଲାପାଳ , ସରପଂଚ ପ୍ରଭାତ ନଳିନୀ ଜେନା , ସମିତି ସଭ୍ୟ ଦିଲିପ ସାହୁ , ସତ୍ୟଜିତ ସାହୁ, ସରପଂଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ସ୍ୱାଇଁ, ଶୈଳେନ୍ଦ୍ର କୁମାର ମହାନ୍ତି ଙ୍କ ସମେତ ବ୍ଲକ୍ ର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ସଂଖ୍ୟାଧିକ ଆୟୁଷ୍ମାନ ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ । ଅଧିକନ୍ତୁ ଗରଦପୁର ବ୍ଲକ୍ ର ସାନ ଅଢ଼ଙ୍ଗା, ମଧୁ ଓ ତେଣ୍ଡାକୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆଭାଷି କାର୍ଯ୍ୟକ୍ରମ ଜରିଆରେ ହିତାଧିକାରୀମାନେ ଶହସ୍ର ସଂଖ୍ୟାରେ ଯୋଗଦେଇଥିଲେ । ଏବଂ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ଼ ବଂଟନ କରାଯାଇଥିଲା । ବ୍ଲକ୍ ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଖୁବ ତତ୍ପରତା ପ୍ରକାଶ କରାଯାଇଥିଲା । ବ୍ଲକ୍ ପଂଚାୟତ ଅଧିକାରୀ ମୃଣ୍ମୟ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।