ଆଇଏଏସ୍ (IAS )ସ୍ତରରେ ବଡ଼ ଧରଣର ଅଦଳ ବଦଳ – ୨୮ ଜଣଙ୍କ ବଦଳି ସହ ପଦୋନ୍ନତି

ଭୁବନେଶ୍ୱର,୧୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକକାଳୀନ ୨୮ ଜଣଙ୍କୁ ବଦଳି ସହିତ ପଦୋନ୍ନତି ଦିଆଯାଇଛି ।
ଧରମ ହାଂସଦା ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି । ଲିଲି କୁମାରୀ କୁଲୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ହୋଇଥିବାବେଳେ ଆରାଧନା ଦାସଙ୍କୁ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ନରହରି ସେଠୀ । ସେ ଏହି ବିଭାଗରେ ସ୍ୱତନ୍ତ୍ର ସଚିବ ଥିଲେ ।

ସେହିପରି ହସ୍ତତନ୍ତ ବିଭାଗର ଯୁଗ୍ମ ସଚିବ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଧେଶିକା ହୋଇଛନ୍ତି ମଧୁସ୍ମିତା ରଥ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଦେବାଶିଷ ସିଂହ, ପ୍ରତାପ ଚନ୍ଦ୍ର ହୋତା ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ, ରେଗା ଗୀତାରାନି ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ଅର୍ଚ୍ଚନା ଦାସ ପଟ୍ଟନାୟକ ଅବକାରୀ ବିଭାଗର ଯୁଗ୍ମ ସଚିବ, ଏବଂ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ନିବେଦିତା ପୃଷ୍ଟି ।

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ସ୍ୱୟଂ ପ୍ରଭା ମହାନ୍ତି ହୋଇଥିବାବେଳେ ଖାଦ୍ୟ ପରିବହନ ଓ ଗ୍ରାହକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଅଞ୍ଜନା ପଣ୍ଡା ଓ ସୁଦାମ ଚରଣ ମଣ୍ଡଳ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଗିରିଶ ଚନ୍ଦ୍ର ସିଂହ ।

ଅନ୍ୟପକ୍ଷରେ ସାମାଜିକ ନିରାପତା ନିର୍ଦ୍ଧେଶିକା ନିୟତି ପଟ୍ଟନାୟକ, ପଂଚାୟତିରାଜ ବିଭାଗ ନିର୍ଦ୍ଧେଶକ ମହେଶ୍ୱର ସ୍ୱାଇଁ, ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଧେଶକ ବିରେନ୍ଦ୍ର କୋର୍କୋରା, ଅନୁସୁଚିତ ଜାତି କଲ୍ୟାଣ ବିଭାଗ ନିର୍ଦ୍ଧେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଦେଓଗଡ଼ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ରିଭିଜିନାଲ କୋର୍ଟ ଅତିରିକ୍ତ ଆୟୁକ୍ତ ପ୍ରଦୀପ କୁମାର ନାୟକ, ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ଭୁବନେଶ୍ୱର ଶାଖା ଆୟୁଷ ନିର୍ଦ୍ଧେଶକ ପ୍ରେମଜିତ ନାୟକ, ଭୁବନେଶ୍ୱର ଓବିସି ଶାଖାର ନିର୍ଦ୍ଧେଶକ ଯୁଗଳେଶ୍ୱରୀ ଦାଶ, ଉପମା କାଲୋ ଏବଂ ବୌଦ୍ଧ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଏସସିସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି ।

Leave a Reply

Your email address will not be published. Required fields are marked *