ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଯୋଗ ଏବଂ ଶାରିରୀକ କ୍ରୀଡା ଅନୁଷ୍ଠିତ

ଯାଜପୁର, ୦୬/୦୩/୨୦୨୬ (ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଯାଜପୁର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମାଇ ଭାରତ, ଯାଜପୁର ପକ୍ଷରୁ ସାମୂହିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୬ ରେ ଶକ୍ତି ସ୍ୱରୂପିଣୀ, ମାର୍ଚ୍ଚ ୭ ରେ ସଶକ୍ତ ନାରୀ ସଶକ୍ତ ରାଷ୍ଟ୍ର, ମାର୍ଚ୍ଚ ୮ ରେ ଶକ୍ତିର ଗତି ରାଷ୍ଟ୍ରର ପ୍ରଗତି ଥିମ୍ କୁ ନେଇ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ଶକ୍ତି ସ୍ୱରୂପିଣୀ ବିଷୟକୁ ନେଇ କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର  ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ସମ୍ମାନିତ ଅତିଥି ଭାବରେ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନଙ୍କ ଟୁଡୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରୀମାନେ ଆସି ଯୋଗଦାନ ଦେଇଥିଲେ। ଏଥିରେ ଶାରୀରିକ ସୁସ୍ଥତା, ଯୋଗ ଶିବିର, ଏବଂ ଜୁମ୍ବା ଏରୋବିକ୍ସ, ପାରମ୍ପରିକ କ୍ରୀଡ଼ା ଓ ସଙ୍ଗୀତ ତାଳରେ ବ୍ୟାୟାମ ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ କରିବା ଦ୍ୱାରା ଆମର ଶରୀର, ମନ ସୁସ୍ଥ ରହିବ, ଏକାଗ୍ରତା ଜାଗ୍ରତ ହେବ ବୋଲି ଅତିଥିମାନେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *