ଭୁବନ ୧୦/୦୪/୨୦୨୫ (ଓଡ଼ିଶା ସମାଚାର)- ୨୦୧୨ ମାଟ୍ରିକ ବ୍ୟାଚ, ରୟାଲାୟନ୍ସ କ୍ଲବ ଚଳିତ ବର୍ଷ ୧୨ ବର୍ଷ ପୂର୍ତ୍ତି ଅବସରରେ ଭୁବନ ରାମ ମନ୍ଦିର କୁ ରଙ୍ଗ କାମ ଆରମ୍ଭ କରି ପ୍ରଶଂସାର ପାତ୍ର ହୋଇଛି । ରୟାଲାୟନ୍ସ କ୍ଲବ ସଭାପତି ପିଣ୍ଟୁ ଦାସ ଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ସଭ୍ୟ ଗୁଲସନ୍ କୁମାର ରାଉତ,ସିଲୁ ନାୟକ ଓ ଅନ୍ୟ ସଦସ୍ୟଙ୍କ ସହଯୋଗରେ ରାମ ମନ୍ଦିର ରଙ୍ଗ କାମ କରାଯାଉଛି ।
ଶ୍ରୀରାମ ନବମୀ ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ବେଳେ ମନ୍ଦିର ରଙ୍ଗ ପ୍ରତି କାହାର ନଜର ପଡିନଥିଲା । ରୟାଲାୟନ୍ସ ସଭାପତି ମନ୍ଦିର ରଙ୍ଗ ଛାଡ଼ିଯାଇ ଥିବା ଦେଖି ଦୁଃଖ ପ୍ରକାଶ କରି ଏ ସମ୍ପର୍କରେ ଏକ ବୈଠକ ଆହ୍ଵାନ କରି ସର୍ବସମ୍ମତ କ୍ରମେ ଆଜି ଗୁରୁବାର ଠାରୁ ମନ୍ଦିର ରଙ୍ଗ କାମ ଆରମ୍ଭ କରିଥିଲେ ।
ଏଭଳି ସେବା ଓ ଧର୍ମ କାର୍ଯ୍ୟ ପାଇଁ ସବୁ ମହଲରେ ଉକ୍ତ କ୍ଲବ କୁ ଉଚ୍ଚ ପ୍ରଶଂସା କରାଯାଉଛି ଓ ଅନ୍ୟ ଯୁବ ଗୋଷ୍ଠୀ ଙ୍କ ପାଇଁ ଏହି କ୍ଲବ ଆଦର୍ଶ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି । ସୂଚନା ଯୋଗ୍ୟ ଯେ,ଭୁବନ ରେ ପ୍ରତିବର୍ଷ ମାଟ୍ରିକ ପାସ ଆଉଟ୍ ଛାତ୍ର ମାନେ ଏକ କ୍ଲବ ଗଠନ କରି ଗଣେଶ ପୂଜା ପାଳନ କରି ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି ।ଯେଉଁ କ୍ଲବ ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି ସେ ଅତି ଆଡମ୍ବର ସହକାରେ ପୂଜା,ସାଜସଜ୍ଜା ସହିତ ଜନ କଲ୍ୟାଣ କାର୍ଯ୍ୟ କରୁଛନ୍ତି ।
