ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ ।
ପ୍ରଥମେ ଗୁରୁ ପ୍ରତିଭା ପଣ୍ଡାଙ୍କ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ବିହାରସ୍ଥିତ ସାକର କଳାକୀର୍ତି ଇଷ୍ଟର୍ଣ୍ଣଜୋନ କଲଚରାଲ ସେଂଟର ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ରିତେଶ ବାବୁ ଓ ଦଳ ଦ୍ୱାରା ଭଲାଇ ଡ୍ରାମା ଓ ନୃତ୍ୟ ପରିବେଷଣ ହୋଇଥିଲା । ମଣିପୁର ନୃତ୍ୟ ପରିବେଷଣ କରିଥିଲେ ଶାନ୍ତିନିକେତନର କଳାକାରମାନେ । ଶୁଭଶ୍ରୀ କଳାନିକେତନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କଟକ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ କ୍ରିଏଟିଭ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନମୁଗ୍ଧ କରିଥିଲା ।
କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ପ୍ରତିଭା ପଣ୍ଡାଙ୍କ ନିର୍ଦ୍ଧେଶନାରେ ବାସୁଦେବ ନାଥ ସଂଯୋଜନା କରିଥିଲେ । ଏଥିରେ ଅତିଥି ଭାବରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଜେପି ଜିଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ସମାଜର ଭୁବନେଶ୍ୱର ମୁଖ୍ୟ ଗୋପୀନାଥ ବାରିକ, ହାସ୍ୟ ଅଭିନେତା ହରିହର ମହାପାତ୍ର, ପିପିଏଲ୍ କର୍ପୋରେଟ ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର, ରଶ୍ମି ମହାପାତ୍ର, ଦୁର୍ଗା ସାମନ୍ତରାୟ, ବିରଂଚି ନରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଧେଶନାରେ ବାସୁଦେବ ନାଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଏଥିରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ୱନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ୱାଇଁ ପ୍ରମୁଖ ପରି•ଳନା କରିଥିଲେ । ଏହି ଅବସରରେ ଅତିଥିମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
