ସମାଧାନ ନହେବା ପର୍ୟ୍ୟନ୍ତ ରାସ୍ତା ରୁ ହଟିବୁ ନାହିଁ: ଡ୍ରାଇଭର ସଂଘ

ଖୋର୍ଦ୍ଧା,୬/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥ ସୁନେଇ ରୁପେଇ ଛକ ନିକଟରେ ଟାଙ୍ଗୀ ବ୍ଲକ ଡାଇଭର ସଂଘ ପକ୍ଷରୁ ତିନିଦିନି ଧରି କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା ଜାରି ରହିଛି। ଆଜି ସମସ୍ତ ଡାଇଭର ସଂଘ ର କର୍ମକର୍ତ୍ତା ମାନେ ଏକାଠି ହୋଇ ସରକାର  ବିରୋଧୀ  ସ୍ଲୋଗାନ ଦେଇ ରାସ୍ତା କଡ଼ରେ ବିକ୍ଷୋଭ ପ୍ରଦର୍ଶନକରିଵା ସହ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି। ଡାଇଭର ମାନଙ୍କ ବିରୁଧ ରେ କେନ୍ଦ୍ର ସରକାର ଆଣିଥିବା କଠୋର ଆଇନ୍ କୁ ବିଭିନ୍ନ ଡାଇଭର ସଂଘ କର୍ମକର୍ତାମାନେ ବିରୋଧ କରିବା ସହ ଆଇନ କୋହଳ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରି ବିକ୍ଷୋଭ  ପ୍ରଦର୍ଶନ କରୁଛନ୍ତି। ଏହି ଅବସରରେ ଟାଙ୍ଗୀ ବ୍ଲକ  ଡ୍ରାଇଭର ସଂଘ ପକ୍ଷରୁ ସଭାପତି କୈସର ଖାନ୍ ଙ୍କ ନେତୃତ୍ବରେ ଟାଙ୍ଗୀ ବ୍ଲକ ର  ୨୬ ଟି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ସମ୍ପାଦକଙ୍କ ସମେତ ଭାସ୍କର ମହାପାତ୍ର ପ୍ରଫୁଲ୍ଲ ବିଶ୍ଵାଳ,ମାନସ ବିଶ୍ଵାଳ, ସୋମନାଥ ମୁଦୁଲି,  ଶ୍ରୀଗୋବିନ୍ଦ ,ସତ୍ୟବାନ ଦାସ,ଅକଲ ପଟ୍ଟନାୟକ, ଏସକେ ଅଜିତ ଅଲି ,ସୁକର ବେହେରା, ପାଣ୍ଡବ ସ୍ବାଇଁ, ହେମନ୍ତ ଦାସ, ତ୍ରିନାଥ ବେହେରା , କରୁଣାକର ବେହେରା, ପ୍ରଦିପ ପାଇକରାୟ ସମେତ କର୍ମକର୍ତ୍ତା ଏହି ପ୍ରତିବାଦ ପ୍ରଦର୍ଶନ ରେ ସାମିଲ ଅଛନ୍ତି। ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିକୁ ନାହିଁ ବୋଲି ଡାଇଭର ସଂଘ ର କର୍ମକର୍ତାମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *