ଭୁବନ ୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ବେଆଇନ ବାଲି ଚୋରୀ କୁ ରୋକିବା ସକାଶେ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ବାଲି ଚୋରୀ କୁ ଦୃଢ଼ ହସ୍ତରେ ଦମନ କରିବା ସହ ମାଫିଆ ଙ୍କୁ ସାବାଡ କରିବାକୁ ଆଇନ କରି ବନ ବିଭାଗ ଓ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କ୍ରମରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଭୁବନ ରେଞ୍ଜର ଙ୍କ ନେତୃତ୍ୱରେ ଜିରାଳ ବନପାଳ ଶ୍ରୀମତୀ କବିତା ବିଶ୍ବାଳ ,ମମତା କୁଅଁର ଓ ସ୍କ୍ୱାଡ ସଦଳ ବଳେ ଚଢ଼ାଉ କରି ଭୁବନ ରେଞ୍ଜ ଅନ୍ତର୍ଗତ ସାଲିଆ ସାନବରମପୁର ବାଲି ଘାଟ ରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ ।
