କଟକ ରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ ୧୧ ରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଡ ଵାଣ୍ଟିଵେ ମୂଖ୍ୟମନ୍ତ୍ରୀ

କଟକ ସଦର,୦୫/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ବର୍ଷ ର ଅପେକ୍ଷା ପରେ ଦୀର୍ଘ ବର୍ଷ ର ଅପେକ୍ଷା ର ଅନ୍ତ ଘଟାଇ  ବହୁ ପ୍ରତିକ୍ଷିତ କେନ୍ଦ୍ରିୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓଡ଼ିଶା ରାଜ୍ୟରେ ଆସନ୍ତା ୧୧ ତାରିଖ ରେ ଲାଗୁ ହେବାକୁ ଯାଉଛି। ଏହି ଯୋଜନା ର ଶୁଭାରମ୍ଭ ରାଜ୍ୟର ସ୍ୱାସ୍ଥ୍ୟ କ୍ୟାପିଟାଲ ଵା ଚିକିତ୍ସା ହଵ୍ କଟକ ଠାରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ରୁ ଏହି ରାଜ୍ୟ ସ୍ତରୀୟ କାର୍ୟ୍ୟକ୍ରମ ପାଇଁ କଟକ ବାଲିଯାତ୍ରା ପଡ଼ିଆ ଏଵେ ସଜେଇ ହେବାରେ ଲାଗିଛି।

ଦୀର୍ଘ ବର୍ଷ ପରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଯାଉଥିବାରୁ ଏହାର ଶୁଭାଶୁଭ କାର୍ୟ୍ୟକ୍ରମ କୁ ଭବ୍ୟ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉକ୍ତ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ସଭାପତି ଜେ ପି ନଡ୍ଡା ଙ୍କ ଉପସ୍ଥିତିରେ ରାଜ୍ୟର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ କାର୍ଡ ବଣ୍ଟନ କରି ଯୋଜନାର ଶୁଭାରମ୍ଭ କରିବେ ବୋଲି ଜଣାଯାଇଛି।

ପୂର୍ବର ବିଜେଡ଼ି ସରକାର ଏହି ଯୋଜନାକୁ କାର୍ୟ୍ୟକାରୀ କରିବାରେ ବାଧକ ସାଜି ଥିବା ରୁ ବିଜେପି ସରକାର ପାଇଁ ଆୟୁଷ୍ମାନ ଭାରତ ଏକ ଯୁଗାନ୍ତକାରୀ ବଡ଼ ଯୋଜନା ହୋଇଥିବା ରୁ ତାହାର ଶୁଭାରମ୍ଭ ରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀଙ୍କୁ ଏକଜୁଟ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀ, ବରିଷ୍ଠ ନେତୃଵର୍ଗ ଙ୍କ ସମେତ ଅଧିକାରୀ ମାନେ ସାମିଲ ହେବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *