କିଶନନଗର ଥାନା ଅଧିକାରିଣୀ ଙ୍କୁ ସମ୍ବର୍ଦ୍ଧନା
କଟକ ସଦର,୦୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ରେ ଆଜି (ସୋମବାର) ସଂଧ୍ୟାରେ ଉତ୍କଳ ଦିବସ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଉତ୍କଳ ଦିବସ ସମାରୋହ କମିଟିର ସଭାପତି ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ) ଙ୍କ ପୈ।ରୋହିତ୍ୟରେ ଏଵଂ ସରପଂଚ ଅବଦୁଲ ୱ।ହିଦ୍ ଖାଁ (ମୋତି)ଙ୍କ ସଂଚାଳନ ରେ ଆୟୋଜିତ ସମାରୋହ ସଭାରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଆଜି ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଜାତୀୟ ପଦକ ସହ ପ୍ରଶଂସା ପତ୍ର ପାଇଥିବା
ଥାନା ଅଧିକାରିଣୀ ଙ୍କୁ ପ୍ରହରାଜପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ସମାରୋହ କମିଟିର ସଂପାଦକ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରିବେଷଣ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟଗୀତ ବେଶ୍ ଉପଭୋଗ୍ୟ ହୋଇଥିଲା।
