ଇସ୍ପାତ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକରେ ସାଂସଦ ଡ଼. ଆର୍. ଏନ୍. ବେହେରାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଦୁର୍ଗାପୁର(ପଶ୍ଚିମବଙ୍ଗ)୧୫/୦୭/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ଏବଂ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଡ଼. ଆର୍. ଏନ୍. ବେହେରା ସମ୍ପ୍ରତି ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍. ଡି. କୁମାରସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇସ୍ପାତ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକରେ ଯୋଗଦେଇ ଇସ୍ପାତ ଶିଳ୍ପ ଏବଂ ମାନବ ସମ୍ବଳ ବିକାଶ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଡ଼. ବେହେରା ସୁକିନ୍ଦାସ୍ଥିତ *ବିଜୁ ପଟ୍ଟନାୟକ ନ୍ୟାସନାଲ୍ ଷ୍ଟିଲ୍ ଇନଷ୍ଟିଚ୍ୟୁଟ୍ (BPNSI)*କୁ ଉନ୍ନୀତ କରି ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର (National Centre of Excellence) ଭାବେ ବିକଶିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହା ସହିତ ଉନ୍ନତ ପ୍ରଶିକ୍ଷଣ, ଗବେଷଣା ଓ ଦକ୍ଷତା ବିକାଶ ବ୍ୟବସ୍ଥା ସହ ଆଧୁନିକ ପ୍ରଯୁକ୍ତି, ବିଶେଷକରି କୃତ୍ରିମ ବୁଦ୍ଧିମତା (AI) ଆଧାରିତ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭିତ୍ତିଭୂମି ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଡ଼. ବେହେରା ସୁକିନ୍ଦାସ୍ଥିତ ବିଜୁ ପଟ୍ଟନାୟକ ନ୍ୟାସନାଲ୍ ଷ୍ଟିଲ୍ ଇନଷ୍ଟିଚ୍ୟୁଟ୍ (BPNSI)କୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ତାଙ୍କର ନିରନ୍ତର ଦାବିକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାରଙ୍କ ସହଯୋଗରେ ପଦକ୍ଷେପ ଗ୍ରହଣ କରିଥିବାରୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍. ଡି. କୁମାରସ୍ୱାମୀ ଏବଂ କେନ୍ଦ୍ର ଇସ୍ପାତ ସଚିବଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

ଏହି ବୈଠକରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଓ ଭାରତ ସରକାରଙ୍କ ଇସ୍ପାତ ସଚିବ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *