ମଙ୍ଗଳପୁର ରେ ଦୁଇଟି ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଅଳଙ୍କାର ଲୁଟ 

ନିଶ୍ଚିନ୍ତକୋଇଲି,୨୮/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) – ସାଲେପୁର ପୋଲିସ ଉପଖଣ୍ଡ ଅନ୍ତର୍ଗତ ନେମାଳ ଥାନା ଝଡ଼େଶ୍ୱରପୁର ପଞ୍ଚାୟତ  ମଙ୍ଗଳପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଲୁଟପାଟ କରିଛନ୍ତି । ସୂଚନା ମୁତାବକ ରାତି ପ୍ରାୟ ଦୁଇଟା ପରେ ଚୋରମାନେ ଶ୍ରୀମାନ ଗୋବିନ୍ଦ ଦାସ ଓ ପ୍ରଭାକର ତରାଇ ଙ୍କ ଘରୁ ଲୁଟ କରିଛନ୍ତି ।

ପରିବାର  ସଦସ୍ୟ ଙ୍କୁ ବାହାରପଟୁ କବାଟ ଢ଼ିଙ୍କିଆ ଦେଇ ଘରେ ପସି  ନିର୍ବିଘ୍ନରେ ଲୁଟପାଟ କରିଥିଲେ । ଶବ୍ଦ ଶୁଣି ଅନ୍ୟ କୋଠରୀ ର ସଦସ୍ୟ ମାନେ ଉଠିପଡ଼ି ମୁକୁଳାକୋଠରୀ ଦେଖି ଚୋରି  ହୋଇଥିବାଜାଣି ଖୋଜାଖୋଜି କଲେ ସୁଦ୍ଧା ଚୋରଙ୍କ ସନ୍ଧାନ ପାଇନଥିଲେ । ଘଟଣା ସମ୍ପର୍କରେ ନେମାଳ ଥାନାରେ ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି  ।

Leave a Reply

Your email address will not be published. Required fields are marked *