ଜଗତସିଂହପୁର,୧୯/୦୩/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ରାହାମା (ସାଇଲୋ) ସ୍ଥିତ ମିନି ଷ୍ଟାଡିୟମ୍ ରେ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁଜଙ୍ଗ ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ପାରାଦ୍ବୀପ ଓ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ, ଅଧ୍ୟକ୍ଷ, ରାହାମା ମହାବିଦ୍ୟାଳୟ ଉପସ୍ଥିତ ଥିଲେ ।

ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ସଭାର ସଭାପତିତ୍ବ କରିଥିଲେ । ପ୍ରଥମେ ଅତିଥି ମାନେ ନିଯୁକ୍ତି ମେଳାରେ ଲାଗିଥିବା ଷ୍ଟଲ ବୁଲି ନିଯୁକ୍ତିଦାତା ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା । ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଯୁବପିଢ଼ି ଙ୍କୁ ମାନଙ୍କୁ କୁଶଳୀ ଓ ଦକ୍ଷ ହେବା ପାଇଁ ଉପଦେଶ ଦେଇଥିଲେ ।
ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ। ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୫୪ ଟି ସଂସ୍ଥା ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ। ଏହି ନିଯୁକ୍ତି ମେଳାରେ ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୭୭୩ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବାଛିଥିଲେ ।
