ପାଟକୁରାରେ କହ୍ନେଇଲାଲ ଜୀଉ ଙ୍କ ଗାଦୀ ମେଲଣ

ପାଟକୁରା ୧୪/୦୩/୨୦୨୫ (ଓଡିଶା ସମାଚାର )-ଆଜି ଦୋଳ ପୁର୍ଣିମାରେ ପଟକୁରାର ପ୍ରସିଦ୍ଧ କହ୍ନେଇଲାଲ ଜୀଉଙ୍କ ଗାଦୀ ମେଲଣ ଅନୁଷ୍ଠିତ ହେଉଛି । କହ୍ନେଇଲାଲ ଜୀଉ ପରିଚାଳନା ଟ୍ରଷ୍ଟ ନିମନ୍ତ୍ରଣ କ୍ରମେ ଆଖ ପାଖ ପ୍ରାୟ ପଚିଶ ଗୋଟି ଗ୍ରାମରୁ ରାଧାକୃଷ୍ଣ ଠାକୁର ସୁସଜିତ ବିମାନରେ ଆସୀନ ହୋଇ ନାମସଂକିର୍ତନ ସହ ଗାଦୀ ମେଳଣରେ ସାମିଲ ହୋଇଛନ୍ତି । ଟ୍ରଷ୍ଟ ତରଫରୁ ବିଧି ମୁତାବକ ପ୍ରତ୍ୟେକ ବିମାନ ନିକଟରେ ଠାକୁରଙ୍କ ପାଇଁ ଭୋଗ ହାଣ୍ଡିର ବ୍ୟବସ୍ଥା ହୋଇଛି ।

ପୂଜା ଅର୍ଚନା ପରେ ବିମାନ ଗୁଡିକ ଆସିଥିବା ବିଭିନ୍ନ ଗ୍ରାମ ମନ୍ଦିରକୁ ଅପରାହ୍ନରେ ପ୍ରତ୍ୟାବର୍ତନ କରିଛନ୍ତି । ଗାଦୀମେଳଣରେ ଠାକୁରଙ୍କୁ ବିମାନରେ ଦର୍ଶନ କରିବାକୁ ବେଡାରୀ, ଜଗଦଳପୁର, ପାଟକୁରା, ସମସରା, ଜଗନାଥପୁର, ଗରଦପୁର, ମାଣ୍ଡିଆ, ରାଘବପୁର, ଆଖୁଆ, ଓରିସ, ପୁଣ୍ଡାଳ, ନାଇନ୍ଦିପୁର, ମଦନା, ଯମୁନାବାଦ, କୁଳତୁଠୀ, ସୋଲପଟ, ଦଳୁଆଣୀ, ପରକଣା, ଶ୍ରୀଚନ୍ଦନପୁର, ସିଙ୍ଗିଟିଆ, ଲେଖନପଡା, ପ୍ରଭୁତି ଗ୍ରାମରୁ ଶ୍ରଦ୍ଧାଳୁମାନେ ଆସିଥିଲେ । ପରିଚାଳନା ଟ୍ରଷ୍ଟ ତରଫରୁ ମେଲଣରେ ରାମଲୀଳା ପରିବେଷଣର ଆୟୋଜନ କରାଯାଇଥିଲା ।

 

ବିଭିନ୍ନ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁମାନେ ମେଲଣରେ ରାମଲୀଳା ଦେଖିଥିଲେ । କହ୍ନେଇଲାଲ ଜୀଉ ଗତକାଲି ରାତିରେ ପାଟକୁରା ଗ୍ରାମରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଭୋଗ ଖାଇବାପରେ ଏକ ବର୍ଣାଢ୍ୟ ରୋଷଣୀ ରେ ମନ୍ଦିରରୁ ବିମାନରେ ଆସୀନ ହୋଇ ମେଲଣ ପଡିଆକୁ ଆସିଥିଲେ । ଏହି ପୁରାତନ ଗାଦୀ ମେଲଣ ଅନେକ ବର୍ଷହେବ ନୀତିନିୟମ ଅନୁସାରେ ହୋଇଆସୁଛି ।

Leave a Reply

Your email address will not be published. Required fields are marked *