କଟକ ସଦର,୧୨/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ରେ ଆବଶ୍ୟକତା ଦୃଷ୍ଟିରୁ ୫ ଟି ଶୀତଳଭଣ୍ଡାର ପୁନଃକ୍ଷମ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ ଵୈୟାଳିସମୈ।ଜା ର ଦଧିବାମନପୁର ଠାରେ ୨୫ ବର୍ଷ ହେଲା ଭୂତକୋଠୀ ପାଲଟି ଥିବା ଶୀତଳଭଣ୍ଡାର ନବୀକରଣ ହେବାକୁ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ପ୍ରକାଶ ଯେ ୫ ଏକର ୪୫୦ ଡିସିମିଲ ପରିମିତ ଜମି ଉପରେ ୩ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଵୈୟାଳିଶମୈ।ଜା ଶୀତଳଭଣ୍ଡାର ଟି ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିଲା।
ସେବେଠାରୁ ପ୍ରାୟ ୩୮ ବର୍ଷ ଧରି ଏହି ଶୀତଳଭଣ୍ଡାର ସ୍ଥାନୀୟ ଚାଷୀମାନଙ୍କ ସୁଖଦୁଃଖ ର ସାଥି ହୋଇଯାଇଥିଲା। ଏହି ଶୀତଳଭଣ୍ଡାର ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ପରିମାଣରେ ଆଳୁ ଚାଷ ହେଉଥିଲା। ବଳକା ଆଳୁକୁ ଚାଷୀମାନେ ଏହି ଶୀତଳଭଣ୍ଡାର ରେ ରଖି ଅଭାବ ସମୟରେ ବଜାର ଚାହିଦା ପୁରଣ କରୁଥିଲେ। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୦୦ ମସିହାରେ ଏହି ଶୀତଳଭଣ୍ଡାର ଟି ସବୁଦିନ ପାଇଁ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା।
ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଜଙ୍ଗଲ ହୋଇ ଭୁତକୋଠୀ ପାଲଟିଛି।ଏବେ ସରକାରଙ୍କ ଅଭାବୀ ଆଳୁ ଚିନ୍ତା ଘାରି ଥିବାରୁ ଅଚଳ ହୋଇପଡ଼ିଥିବା ଶୀତଳଭଣ୍ଡାର ପୁନଃକ୍ଷମ କରିବା କୁ ମନ ଵଳାଇଛନ୍ତି। ଚଳିତବର୍ଷ ୨୦୨୫ ରେ ଏହି ପୁନଃକ୍ଷମ କାର୍ଯ୍ୟ ଶେଷ ହେବାକୁ ଲକ୍ଷ ଧାର୍ଯ୍ୟ ହୋଇଥିବା ଜଣାପଡିବା ପରେ ଚାଷୀମାନଙ୍କୁ ଆଳୁ ସହ ଅନ୍ୟାନ୍ୟ ପନିପରିବା ଚାଷ କରିବା ଲାଗି ଏହା ପ୍ରୋତ୍ସାହିତ କରିବ ବୋଲି ଜଣାପଡିଛି।