ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

କେନ୍ଦ୍ରାପଡ଼ା,୦୭/୦୩/୨୦୨୫(ଓଡ଼ିଶା ସମାଚାର)-  ଅବସରପ୍ରାପ୍ତ କର୍ମଚାରୀ ସଂଘ ନହଙ୍ଗର ଏକ ବୈଠକ ମା’ମଙ୍ଗଳାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ଆର୍ତତ୍ରାଣ ପାତ୍ର ବୈଠକରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ଅଭିମନୁ୍ୟ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।

ସଂଘର ଉତମ ପରିଚାଳନା ନିମନ୍ତେ ଉପସଭାପତି ଭାବେ ଦିବାକର ନାୟକ ଓ ସହସମ୍ପାଦକ ଭାବେ ନିକୁଞ୍ଜବିହାରୀ ପୃଷ୍ଟିଙ୍କୁ ମନୋନିତ କରାଯାଇଥିଲା । ଆଂଚଳିକ ସାମାଜିକ ସମସ୍ୟା ମଧ୍ୟରେ ଷଣ୍ଢ, ମାଙ୍କଡ ଓ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଲୋକମାନେ ଅତିଷ୍ଟ ହୋଇପଡିଛନ୍ତି । କୃଷି କ୍ଷେତ୍ରରେ ଉତ୍ପାଦନ କମିକମି ଯାଉଛି । ଗ୍ରାମାଂଚଳରେ ମାଙ୍କଡଙ୍କ ସଂଖ୍ୟା ଅଧିକ ହେବାରୁ ଚାଷୀମାନେ ବହୁ କ୍ଷତିର ଶିକାର ହେଉଛନ୍ତି ।

ଏପରିକି ରାସ୍ତାରେ ବାଟୋଇ ଓ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇ  ପାରୁ ନାହାନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା । ବିଗତ କରୋନା ସମୟର ସରକାର ବନ୍ଦ ରଖିଥିବା ୩ଟି ମହଙ୍ଗା ଭତାକୁ ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା । ସଂଘର ବାର୍ଷିକ ଉତ୍ସବ ଚଳିତମାସ ୩୦ତାରିଖରେ ନହଙ୍ଗ ମା’ମଙ୍ଗଳାଙ୍କ ପୀଠରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ସଭାପତିଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *