କଟକ ସଦର,୦୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଏକ ଅଗ୍ରଣୀ ଜାତିଆଣା ସଂଗଠନ ଉତ୍କଳ ଯାଦବ ମହାସଭା ର ରାଜ୍ୟ ସଂପାଦକ ଭାବେ ଜଣାଶୁଣା ଯୁବ ସଂଗଠକ ତଥା କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା (ଧୁସା) ଙ୍କୁ ରାଜ୍ୟ ସଭାପତି ଆଶିର୍ଵାଦ ବେହେରା ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡିଛି।
ଏଥିପାଇଁ ସୁବୋଧ ବେହେରା ଆଶିର୍ଵାଦ ବେହେରା, କାର୍ୟକାରୀ ସଭାପତି ସୁବାସ ବେହେରା, ଅଖିଳ ଭାରତୀୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ସୁବୋଧ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।
