୧୭ ବର୍ଷ ହେଲା ପାଇପ୍ ଯୋଗେ ପାନୀୟ ଜଳ ପିଇବାକୁ ଅପେକ୍ଷା କରିଛନ୍ତି ପାରାଵିଲ୍ ଗ୍ରାମବାସୀ, କହିବେ କାହାକୁ ଶୁଣିବ କିଏ ?

କଟକ ସଦର,୦୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକମାନଙ୍କୁ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସରକାରଙ୍କ ଘୋଷଣା ଦୀପତଳ ଅନ୍ଧାର ଭଳି କଟକ ସଦର ଵ୍ଲକରେ ଆଜକୁ ୧୭ ବର୍ଷ ହେଲା ପ୍ରହସନ ପାଲଟିଛି।

ପ୍ରକାଶ ଯେ ଆବଶ୍ୟକତା ଦୃଷ୍ଟିରୁ ଧରିଣା ପଞ୍ଚାୟତ ପାରାଵିଲ୍ ରାଜସ୍ୱ ଗ୍ରାମରେ ତତ୍କାଳିନ କିଶନନଗର ବିଧାୟକ ପ୍ରତାପ ଜେନା ପାରାଵିଲ୍ ରେ ୨୦୦୮ ମସିହା ଜୁନ ୪ ତାରିଖ ରେ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ  ଫଳକ ଭାଙ୍ଗି ଗଲାଣି ।

ଶିଳାନ୍ୟାସ  ଫଳକ

ହେଲେ ୧୭ ବର୍ଷ ହେଲା ନେଉଟିଆ କିଆରୀ କାଟି ଖାଇବା ଭଳି ବିଭିନ୍ନ ସମୟରେ ଭଳିକି ଭଳି ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଜାରୀ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କରିପାରିନାହିଁ କି କେବେ ଏହାର ସୁଫଳ ମିଳିଵ ତାହା ମଧ୍ୟ ଅନିଶ୍ଚିତତା ଦିଗକୁ ଗତି କରୁଛି। ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନ କୁ ଦିନ ଉତ୍କଳ ହେଉଥିବା ରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *