ପୂର୍ବତନ ବିଜେପି କାଉନସିଲର ପବିତ୍ର ସାହୁ ଙ୍କ ପରଲୋକ

ଭୁବନ, ୦୩/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡ ର ପୂର୍ବତନ ବିଜେପି କାଉନସିଲର ପବିତ୍ର ମୋହନ ସାହୁ (୫୦) ଙ୍କ ର ଗତକାଲି ରାତି ୧ ଘଟିକା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ମଧ୍ୟ ରାତ୍ରରେ ଛାତିରେ କଷ୍ଟ ହେବା ସହ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଜି (ସୋମବାର) ତାଙ୍କ ମରଶରୀର ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ପାଲାମଣ୍ଡପ ସ୍ଥିତ ବାସଭବନରେ ପହଞ୍ଚିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ଭୁବନ ନଗର ମଣ୍ଡଳ ସଭାପତି ଅଜିତ କୁମାର ବିହାରୀ ,ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପରେ ମରଶରୀର କୁ ସହର ପରିକ୍ରମା କରାଯାଇ ବିଜେପି କାର୍ଯ୍ୟାଳୟ କୁ ନିଆଯାଇ ମରଶରୀର ରେ ଦଳୀୟ ପତକା ଦିଆଯାଇ କାର୍ଯ୍ୟକର୍ତ୍ତା ମାନେ ଶେଷ ସମ୍ମାନ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପରେ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତ ପବିତ୍ର ସାହୁ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇ ଛାତ୍ର ନେତା ରୁ ନିଜ ର ରାଜନୈତିକ କ୍ୟାରିଅର ଆରମ୍ଭ କରି ୨୦୦୮ ମସିହାରେ ୫ ନମ୍ବର ୱାର୍ଡ ରେ ବିଜେପି କାଉନସିଲର ଭାବେ ବିଜୟୀ ହୋଇଥିଲେ । ୨୦୨୨ ପୌର ନିର୍ବାଚନ ରେ ତାଙ୍କ ପତ୍ନୀ ରଞ୍ଜିତା ସାହୁ ବର୍ତ୍ତମାନ ସେହି ୱାର୍ଡ ର କାଉନସିଲର ଭାବେ କାର୍ଯ୍ୟ କରୁଛନ୍ତି । ଭୁବନ ଏନ୍ ଏ ସି ରେ ବିଜେପି ର ଜଣେ ପ୍ରମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ପରେ ଭୁବନ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ଡୋମେନଷ୍ଟେଟର ଭାବେ କାର୍ଯ୍ୟ କରୁଥିଲେ । ପବିତ୍ର ସାହୁ ଙ୍କ ଅକାଳ ବିୟୋଗ ସମଗ୍ର ଭୁବନ ରେ ଗଭୀର ଶୋକ ପ୍ରକାଶ ପାଇଛି ।

ମହିଳା ମହାବିଦ୍ୟାଳୟ ରେ ଶୋକ ପାଳନ

ଭୁବନ ଯୁକ୍ତ ଦୁଇ ମହିଳା ମହବିଦ୍ୟାଳୟ ଶିକ୍ଷା ବିଭାଗ ଡୋମେନଷ୍ଟେଟର ପବିତ୍ର ମୋହନ ସାହୁ ଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ ପ୍ରକାଶ ପାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶୋକ ସଭାରେ ଅଧ୍ୟାପିକା ପ୍ରଣତି ବେହେରା,ଅଧ୍ୟାପକ ସୁଧାଂଶୁ ଶେଖର ଓଝା, ସୁଧାଂଶୁ ଶେଖର ବେହେରା, ସୁରେନ୍ଦ୍ର କୁମାର ଗୁରୁ,କର୍ମଚାରୀ ବିଜୟ ପୃଷ୍ଟି, ସୁରେଶ ବେହେରା,ବିଶ୍ଵ ଭୁଷଣ ବେହେରା,ପ୍ରଫୁଲ୍ଲ ଦାସ, ଲକ୍ଷ୍ମଣ ସାହୁ,ବାସନ୍ତୀ ବେହେରା,ସୌଦାମିନୀ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *