ଭୁବନେଶ୍ୱର, ୧୭ /୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେପଦକ୍ଷେପ ନିଆଯିବ । ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ବିସ୍ତୃତଆଲୋଚନା କରିଛନ୍ତି । ଅମର୍ଦା ରୋଡ୍ ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହିତ ଶୀଘ୍ର ଏହାକୁକାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ । ଏଥି ସହିତ ଝାରସୁଗୁଡ଼ା ବିମାନବନ୍ଦରର ସର୍ବାଙ୍ଗୀନବିକାଶ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତି୍ରପାଠୀ ମଧ୍ୟ ଉପସ୍ଥିତ ଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ ମୟୂରଭଞ୍ଜର ଅମର୍ଦା ରୋଡ଼୍ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟ କରୁଥିଲା । ପୂର୍ବରୁ ଏହାର ୧୧ ହଜାର ଫୁଟର କଂକ୍ରିଟ୍ ରନ୍େୱ ରହିଥିଲା । କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅଧିକ ଜମି ଅଧିଗ୍ରହଣ ସାଙ୍ଗକୁ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି । କାର୍ଯ୍ୟକ୍ଷମ ହେଲେ ଏହା ଏକ ଉଲ୍ଲେଖଯୋଗ୍ୟ ବିମାନ ବନ୍ଦର ଭାବରେ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।