କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଙ୍କ ଧାନ ମଣ୍ଡି ପରିଦର୍ଶନ

ଭୁବନ, ୨୪/୦୨/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହେଉଥିବାରୁ ଚାଷୀ ମାନେ ହଇରାଣ ହରକତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଏକ ଦିନିକିଆ ଗସ୍ତରେ ଆସି ବିଭିନ୍ନ ମଣ୍ଡି ପରିଦର୍ଶନ କରି ଫେରିଯାଇଛନ୍ତି।

କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସାହୁ ପ୍ରଥମେ ଭୁବନ ରାମ ମନ୍ଦିର ପରିସରରେ ହେଉଥିବା ମଣ୍ଡି ପରିଦର୍ଶନ ରେ ଯାଇ ସେଠାରେ ଧାନ ବିକ୍ରି କରୁଥିବା କୃଷକ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ଭୁବନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ନଗର ମଣ୍ଡଳ ସଭାପତି ଅଜିତ କୁମାର ବିହାରୀ,କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀମାନଙ୍କ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ପରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ଦାର, ଷଡଙ୍ଗୀ ଓ ଗଁଦିଆ ପ୍ରଭୃତି ଧାନମଣ୍ଡି ପରିଦର୍ଶନରେ ଯାଇଥିଲେ । ଧାନ ସଂଗ୍ରହରେ ବାଧା ସୃଷ୍ଟି କାରୀ ମିଲର ଓ କର୍ମଚାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷକ ମାନେ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *