କେନ୍ଦ୍ରାପଡା,୨୬/୧୨/୨୦୨୩ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର କେନ୍ଦ୍ରାପଡା ଜିଲା ପାଲାଗାୟକ ପରିଷଦର ସଭାପତି ଗାୟକ ପ୍ରକୃତିବନ୍ଧୁ ଗଗନ ବିହାରୀ ସିଂହଙ୍କ ସଭାପତିତ୍ୱରେ ୨୬ତମ ବାର୍ଷିକ ଉତ୍ସବ ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ମିଳନୀକୁ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଓ ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଅତିଥି ଭାବରେ କବି କରୁଣାକର ଦାସ, ଗାୟକ ପ୍ରଶାନ୍ତ ନାଥଶର୍ମା, ରାମକୃଷ୍ଣ ଦାସ, ଡଃ. କାଳୀପ୍ରସନ୍ନ ଶତପଥୀ, ପ୍ରାବନ୍ଧିକ ଡଃ. ସର୍ବେଶ୍ୱର ସେଣ ପ୍ରମୁଖ ଯୋଗଦେଇ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ପାଲା ପରିଷଦର ସମ୍ପାଦକ ସୁଧାକଣ୍ଠ ପ୍ରଫୁଲ କୁମାର ପଣ୍ଡା ବାର୍ଷିର୍କ ବିବରଣୀ ପାଠ କରିଥିଲେ ।
ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ୟଙ୍ଗକବି ଶ୍ରୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗାୟକ ପ୍ରଦୀପ୍ତ କୁମାର ନାୟକ ଓ ଗାୟକ ପ୍ରମୋଦ କୁମାର ନାଥ ପାଲା ପରିବେଷଣ କରିଥିଲେ । ଏହି ସମ୍ମିଳନୀରେ ଶତାଧିକ ଗାୟକ, ଗାୟିକା, ପାଳିଆ ଏବଂ ପାଲାପ୍ରେମୀମାନେ ଉପସ୍ଥିତ ରହି ପାଲା ଉପଭୋଗ କରିଥିଲେ । ଉଦ୍ୟାପନୀ ଦିବସରେ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ପରିଷଦର ସଭାପତି ଗାୟକ ଗଗନ ବିହାରୀ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସ୍ନାୟୁଶଲ୍ୟ ବିଭାଗ ଡାକ୍ତର ରବିନାରାୟଣ ପଣ୍ଡା ଓ ମୁଖ୍ୟଅତିଥି ଭାବେ ବିଷ୍ଣୁଚରଣ ଦାଶ, ସମ୍ମାନୀତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଗାୟକ ସନ୍ତୋଷ ପଟ୍ଟନାୟକ, ଶୁଭାଂଶୁ ଦାସ, ଗାୟକ ନାରାୟଣ ମହାରଣ, ପାର୍ବତୀ ନାୟକ ପ୍ରମୁଖ ଯୋଗଦେଇ ପାଲାର ଉନ୍ନତି ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ ।
ଶିକ୍ଷକ ମନୋଜ କୁମାର ପଟ୍ଟନାୟକ, ନାଟ୍ୟ ନିର୍ଦ୍ଧେଶକ ଦିଲ୍ଲୀପ ସାହୁ, ଶିକ୍ଷକ ଶିବପ୍ରସାଦ ନାୟକ ଓ ଅଧ୍ୟାପକ ଗିରିଜାକାନ୍ତ ଦାସଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଗାୟକ କେଶବ ଦାଶ, ପରମାନନ୍ଦ ବେହେରା, ଗାୟକ ବସନ୍ତ ବେହୁରା, ସନାତନ ସ୍ୱାଇଁ, ଗାୟକ ଅଲେଖ ଚନ୍ଦ୍ର ଦାସ, ନିରଞ୍ଜନ ନାୟକ, ଶାରଦା ପ୍ରସନ୍ନ ନାଥ ଓ ଗାୟିକା ଆରତୀ ଓଝାଙ୍କୁ ସମ୍ବର୍ଦ୍ଧିର୍ତ କରରାଯାଇଥିଲା । ପ୍ରାରମ୍ଭରେ ଗାୟକ ପରିଷଦ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ବେଦପାଠ କରିଥିବାବେଳେ କ୍ଷୀରୋଦ କୁମାର ନାଥ ଶ୍ରୀମା’ଙ୍କ ରଚନାରୁ ଭଜନ ଗାନ କରିଥିଲେ । ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା ଓ ଗାୟକ ପ୍ରତାପଚନ୍ଦ୍ର ରଥ ପାଲା ପରିବେଷଣ କରିଥିଲେ । ଶେଷରେ କ୍ଷୀରୋଦ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ୨୬ତମ ବାର୍ଷିକ ଉତ୍ସବ
