ଲାଲ କିଲ୍ଲା ନିକଟରେ ବିସ୍ଫୋରଣ ପରେ ପୁରୀରେ ହାଇଆଲର୍ଟ

ପୁରୀ,୧୦/୧୧/୨୦୨୫ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀ ଲାଲ କିଲ୍ଲା ନିକଟରେ ବିସ୍ଫୋରଣ ପରେ ପୁରୀରେ ହାଇଆଲାର୍ଟ ଜାରି କରାଯାଇଛି। ଶ୍ରୀମନ୍ଦିର,ସ୍ବର୍ଣ୍ଣାଭ ବେଳାଭୂମି, ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ  ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି  କରାଯାଇଛି।

ଆଣ୍ଟି ସାବୋଟେଜ ଟିମ , ବମ ଡିସ୍ପୋଜଲ୍ ଟିମ ଓ ଡଗସ୍କ୍ୱାର୍ଡକୁ ଆର୍ଲଟ  କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ ପି ପ୍ରତୀକ ସିଂ କହିଛନ୍ତି। ପୁରୀର ସମସ୍ତ ପ୍ରବେଶ ପଥରେ ନାକା ଆରମ୍ଭ ହୋଇଯାଇଛି। ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମୁଦ୍ରକୂଳ ସୁରକ୍ଷା ପାଇଁ ମେରାଇନ ଓ କୋଷ୍ଟ ଗାର୍ଡକୁ  ସତର୍କ ରହିବାକୁ ଆର୍ଲଟ  କରାଯାଇଛି। ଶ୍ରୀ ମନ୍ଦିର ଚତୁଃପାର୍ଶ୍ୱ ଓ ସହରରେ ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି  ବୋଲି ଏସ ପି କହିଛନ୍ତି।

Leave a Reply

Your email address will not be published. Required fields are marked *