ବାଲିଗୁଡା,୨୧/୦୨/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ)- କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ଆରୋତୀର୍ଥ ଯୋଗ ମନ୍ଦିର ଶ୍ରୀଅରବିନ୍ଧ ଆଶ୍ରମ ସିଟୁପାଜୁ ଗ୍ରାମରେ ଶ୍ରୀମା ‘ଙ୍କ ୧୪୭ତମ ଜନ୍ମ ବାର୍ଷିକ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମବେତ ଧ୍ୟାନ ଓ ଆଧ୍ୟାତ୍ମିକ ଆଲୋଚନା ରେ “ଦିବ୍ୟଜନନୀ ଶ୍ରୀମା ଓ ଆମେ “ ବିଷୟ ରେ ଆଲୋଚନା କରଯାଇଥିଲା ।
ଦିବ୍ୟବାଣୀ ସଭାରେ ସଭାପତି ସୀତାରାମ ପଣ୍ଡା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ର ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା ଯୋଗ ଦେଇ ଶ୍ରୀମା ‘ଙ୍କ ଦିବ୍ୟବାଣୀ ମଣିଷର କିଭଳି ନିର୍ଭୟ ଏବଂ ଦୃଢ ପ୍ରତିଜ୍ଞା ହୁଅ ସମସ୍ତ ବାଧାବିଘ୍ନ ଦୂରେଇ ଯିବ ସେ ସମ୍ପର୍କ ରେ କହିଥିଲେ । ମୁଖ୍ୟବକ୍ତା ଭାବେ ବରଗଡ ରୁ ଆସିଥିବା ଡଃ ଚିତ୍ତ ରଞ୍ଜନ ସାହୁ ଓ ପୁରୀ ନିମାପଡା ର ସୁକାନ୍ତ କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ,ପୁଷ୍ପିତା ମହାପାତ୍ର ,ଶିବ ରାମ ପଣ୍ଡା ,ଅଧିକାରୀ ମହାନ୍ତି, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଗୁରୁରାମ ପାତ୍ର, ଚିତ୍ର ସେନ କୋଠଦଳାଇ, ଗୋପାଳ ବାଣୁଆ, ପ୍ରମୁଖ ଯୋଗ ଦେଇଥିଲେ ।
ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଦିବ୍ୟ ଜ୍ଞାନ ଆରୋହଣ କରିଥିଲେ । ଶେଷରେ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
