ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପର ଶୁଭାରମ୍ଭ

ଭୁବନେଶ୍ୱର,୨୨/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(GPF) ଇ-ଆକାଉଣ୍ଚ ସ୍ଲିପ୍ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଲେଖା ନିୟନ୍ତ୍ରକ ଶ୍ରୀ ମନୋରଞ୍ଜନ ନାୟକଙ୍କ ପୌରୋହିତ୍ୟରେ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ (ଓଡ଼ିଶା) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବୈଷୟିକ ଜ୍ଞାନକୌଶଳର ସଦୁପଯୋଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସ ଯୋଗୁଁ କ୍ରମାଗତ ୫ ବର୍ଷ ଧରି ଆର୍ଥିକ ବର୍ଷର ସମାପ୍ତି ହେବାର ମାତ୍ର ମାସକ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇପାରୁଛି ବୋଲି ଲେଖା ନିୟନ୍ତ୍ରକ ଶ୍ରୀ ନାୟକ କହିଥିଲେ। ଏହାଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ୧୦୬୭ ଉଠାଣ ଏବଂ ବିତରଣ ଅଧିକାରୀ (DDO) ଙ୍କ ଅଧିନସ୍ଥ ଅନ୍ଯୂନ ୩୧,୨୦୨ ଭବିଷ୍ୟନିଧି ପାଣ୍ଠି(GPF) ହିତାଧିକାରୀମାନେ ଉପକୃତ ହେବେ।

  ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଭବିଷ୍ୟନିଧି ହିତାଧିକାରୀମାନେ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ୱେବସାଇଟ୍ https://caodisha.nic.in କିମ୍ୱା https://www.odishatreasury.gov.in/portal ଲିଙ୍କରେ ଲଗ୍ ଇନ୍ କରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଇ-ଆକାଉଣ୍ଟ ସ୍ଲିପ୍ ପାଇପାରିବେ।

-0-

ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ଅର୍ଥ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *