କଟକ,୨୦/୦୨/୨୦୨୫(ଓଡ଼ିଶା ସମାଚାର)- କଟକ ରିଟେଲ ଡିଲର୍ସ (ଖୁଚୁରା ବିକ୍ରେତା) ଆସୋସିଏସନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ମହାନଦୀବିହାର ସ୍ଥିତ ରିଦ୍ଧିସିଦ୍ଧି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ତଥା ସଂଘର ମାର୍ଗଦର୍ଶକ ଡଃ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ ।
ସଂଘର ଉପସଭାପତି ତାପସ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ ସାହୁ ସଂଘ ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ସୟେଦ ଏକ୍ରାମ ହୁସେନ ଦୀର୍ଘଦିନ ଧରି ଲାଗିରହିଥିବା ଡିଲର୍ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନ ସମ୍ପାଦକ ଅଭିମନୁ୍ୟ ନାୟକ, ସହ-ସମ୍ପାଦକ ବିଜୟ କୁମାର ସାହୁ, ଚନ୍ଦ୍ରମଣି ବେହେରା, ପ୍ରେମ କୁମାର ସେନ, ବିନୟ ବୈଶାଖ ସାହା, ଶାରଦା ପ୍ରସନ୍ନ ମହାନ୍ତି, ବିମଳ କୁମାର ସାହୁ, ଶିବ ସେଠୀ, ପ୍ରଶାନ୍ତ ମୁଦୁଲି, ରାକେଶ ସ୍ୱାଇଁ, ଫିରୋଜ ଖାଁ, ନଗେନ ସାହୁ, ଶମ୍ଭୁନାଥ ଦେ, ଦେବେନ୍ଦ୍ର ପାତ୍ର, ଦିଲ୍ଲୀପ ସ୍ୱାଇଁ, ଚନ୍ଦ୍ରମଣି ମହାରଣାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଉପସଭାପତି ପୀତବାସ ଜେଠୀ ଧନ୍ୟବାଦ୍ ଦେଇଥିଲେ ।
