ବାରିପଦା,୧୬/୦୨/୨୦୨୫(ଓଡ଼ିଶା ସମାଚାର)- ଶିମିଳିପାଳ ଉଦ୍ୟାନ ଭିତରକୁ ବେଆଇନ ଭାବେ ପ୍ରବେଶ କରି ବିଲୁପ୍ତ ପ୍ରଜାତିର ମୂଷାହରିଣ ଶିକାର କରିବା ଅଭିଯୋଗ ରେ ବନ ବିଭାଗ୬ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କ ପାଖରୁ ୩ଟି ବନ୍ଧୁକ ଓ ଗୋଟିଏ ଫାସ ଜବତ ହୋଇଥିବା ସୂଚନା ମିଳିଛି ।
ଗିରଫ ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲା ଖୁଂଟା ଥାନା ଅନ୍ତର୍ଗତ ନୂଆଗାଁର ପ୍ରଧାନ ସୋରେନ, ଲକ୍ଷବଚ୍ଚ ସୋରେନ, ମିଥୁନ ହେମ୍ବ୍ରମ, ସୁବର୍ଣ୍ଣମଞ୍ଜରୀ ଗାଁର ବାଉଳା ସିଂ, ରଥ ସିଂ, ବାଙ୍ଗରା ଗାଁର ବୁଦ୍ଧିଆ ହେମ୍ବ୍ରମ ବୋଲି ସୂଚନା ମିଳିଛି ।
ଏ ନେଇ ଉପନିର୍ଦ୍ଧେଶକ ଡଃ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ଯେ, ଉଦ୍ୟାନ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅଭିଯୁକ୍ତମାନେ ବେଆଇନ ପ୍ରବେଶ କରିଥିବା ଜଣାପଡ଼ିଥିଲା । ଫଟୋ ବିଶ୍ଳେଷଣ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟକରି ଚଢ଼ଉ କରିଥିଲେ । ଚଢ଼ାଉ କରିବାରୁ ସେମାନଙ୍କ ହେପାଜତରେ ଥିବା ଉପରୋକ୍ତ ବେଆଇନ ସାମଗ୍ରୀ ଜବତ କରିଥିଲେ ।
