ବମ୍ପା କ୍ଲଷ୍ଟର ରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ

ଖଜୁରିଆକଟା,୧୫/୦୨/୨୦୨୫(ଓଡ଼ିଶା ସମାଚାର)-ବମ୍ପା କ୍ଲଷ୍ଟର ବ୍ରାହ୍ମଣିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ । ଗଞ୍ଜରା ବ୍ରାହ୍ମଣିଆପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରିତା ସାହୁ ତାଲିମ ପ୍ରଦାନ କରିଥିଲେ। ବମ୍ପା କ୍ଲଷ୍ଟର୍ ର ୧୨ଟି ବିଦ୍ୟାଳୟର ପ୍ରାୟ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ୍ ନେଇଥିଲେ।

ବ୍ରାହ୍ମଣିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଏହି  ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏହି ତାଲିମ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ବହୁ ଉପଯୋଗୀ ବୋଲି ଶିକ୍ଷକ ମହେଶ ସାହୁ ମତ ପ୍ରଦାନ କରିଥିଲେ। ୧ମ ରୁ ୩ୟ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ବିକାଶ ନିମନ୍ତେ ଏହି ତାଲିମ ଖୁବ୍ ଉପଯୋଗୀ ବୋଲି ତାଲିମ୍ ପ୍ରଦାନ କାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ କହିଥିଲେ ।

Leave a Reply

Your email address will not be published. Required fields are marked *