ଜୁନାଗଡ଼,୧୦/୦୨/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ମହୋତ୍ସବ କମିଟି ଦ୍ୱାରା ସ୍ଥାନୀୟ ଭୈରବ ଖେଳ ପଡିଆ ଠାରେ ଆଜି ଏକ ଦିବସିୟ ଫୁଟବଲ ପ୍ରତିଯୋଗୀତ। ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜୁନାଗଡ଼ ମହୋତ୍ସବ ର କୋର କମିଟିର ଈଶ୍ୱର ପୁଝାରି ଓ ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସ।ହିତ କରିଥିଲେ ।
ଏଥିରେ ୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଜୁନାଗଡ଼ ଏ ଫ ସି ଏବଂ ଜୟ ଦୁର୍ଗା ଏ ଫ ସି ମଧ୍ୟରେ ଏକ ସଂଘର୍ଷ ପୂର୍ଣ ମ୍ୟାଚ ହୋଇଥିଲା । ଏଥିରେ ଜୟ ଦୁର୍ଗା ଏ ଫ ସି ୧ -୦ ଗୋଳରେ ବିଜୟ ଲାଭ କରିଥିଲେ । ଏହି ଖେଳକୁ ନିର୍ମଳ ଦଣ୍ଡସେନା ,ଶଙ୍କର ପୋଡ଼ ,ରାଜେନ୍ଦ୍ର ଲହଜଲ ଏବଂ ଫିରୋଜ କୁମାର ଦଳପତି ପରିଚାଳନା କରିଥିଲେ ।ଏଥିରେ କ୍ରୀଡା କମିଟିର ମୁଖ୍ୟ ଦୁର୍ଗା ସିଂ ,ଦିଲିପ କୁମାର ଧ ଙ୍ଗ ଡ଼ା ମାଝି ,ଯୀଶୁରାମ ଗୋପାଳ ଏବଂ ଦିଲିପ ପଣ୍ଡା ମୁଖ୍ୟ ଦାୟିତ୍ୱ ବହନ କରିଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଜୁନାଗଡ଼ ମହୋତ୍ସବ ରେ ପୁରସ୍କୃତ କରାଯିବ । ଆସନ୍ତା କାଲି ଠାରୁ ଦୁଇ ଦିନ ଧରି ଜୁନାଗଡ଼ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତ। ଅନୁଷ୍ଟିତ ହେବ ବୋଲି ଜୁନାଗଡ଼ ମହୋତ୍ସବ ର ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସୂଚନା ଦେଇଛନ୍ତି ।
ଏକ ଦିବସିୟ ଫୁଟବଲ ପ୍ରତିଯୋଗୀତ।
