ଢ଼ାବା ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ 

କଟକ ସଦର, ୧୦/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କନ୍ଦରପୁର-ପାରାଦୀପ ରାସ୍ତାର କମାପୁର ନିକଟରେ ଥିବା ଏକ ଢ଼ାବାରେ ଜନୈକ ମଦ୍ୟପ ଯୁବକ ଉନ୍ମୁକ୍ତ କାଣ୍ଡ ଘଟାଇ ଢ଼ାବା ମାଲିକ ଵେନୁ ଓରଫ ବେଣୁଧର ସ୍ୱ।ଇଁ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ବେନୁଆ ଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଇ ଅଭିଯୁକ୍ତ କିଶନନଗର ଥାନା ଧରିଣା ଗ୍ରାମର ସାଗର ଭୋଇଙ୍କୁ ମାମଲା ନଂ ୨୮/୨୦୨୫ ରେ ଗିରଫ କରି ଆଜି (ସୋମବାର ଦିନ) କୋର୍ଟ ଚାଲାଣ କରିଥିବା ଆଇଆଇସି ରାଧାକାନ୍ତ ସାହୁ ଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *