ମା ଚଣ୍ଡୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ଭୁବନ , ୦୭/୦୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ଗ୍ରାମ୍ୟ ଜଙ୍ଗଲ ନିକଟରେ ଅବିର୍ଭୁତା ମା ଚଣ୍ଡୀ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅମର ବେହୁରା ଙ୍କ କର କମଳରେ ଅନୁଷ୍ଠିତ ଭୂମି ପୂଜନ କାର୍ଯ୍ୟକ୍ରମ ରେ ପଣ୍ଡିତ ଅଭୟ କୁମାର ମିଶ୍ର ଓ ପବିତ୍ର କୁମାର ମିଶ୍ର ମନ୍ତ୍ର ପାଠ କରି ଶୁଭ ମୂହୁର୍ତ୍ତ ରେ ଭୂମି ପୂଜନ ସମ୍ପନ୍ନ କରିଥିଲେ । ଧଳପଡ଼ା,ଅନଳ,ଦର୍ଜନି, ମଝିପାଳ, ଯୋର ଗାଡିଆ,ସେନେଦା,ବାରୁଆଁ ଗ୍ରାମର ୩୦୦ ରୁ ଉର୍ଦ୍ଧ୍ବ ପୁରୁଷ,ମହିଳା ଓ ମା ଚଣ୍ଡୀ ସେବା ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହଯୋଗରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *