କଟକ ସଦର ,୦୭/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି କିଶନନଗର କଲେଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ଦିନେ ଛାତ୍ର ଭାବେ ଅଧ୍ୟୟନ କରୁଥିବା ନିଜ ଜନ୍ମସ୍ଥାନ କିଶନନଗର ଠାରେ ଥିବା କିଶନନଗର କଲେଜର ୪୬ ତମ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବେ
କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ । ଆଜି (ଶୁକ୍ରବାର ଦିନ) ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ମୁଦୁଲିଙ୍କ ପୈ।ରୋହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବରେ ବିଧାୟକ ଇଂ ସେଠୀ ଙ୍କ ସହିତ ବିଶିଷ୍ଟ ଲେଖିକା ପ୍ରାଧ୍ୟାପିକା ଡ଼ଃ ହିରଣ୍ୟମୟୀ ମିଶ୍ର, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଉପରେ ଆଲୋକପାତ କରିଥିଲେ। ଏଥିରେ ଅଧ୍ୟାପକ ଡଃ ଅନାଦି ଚରଣ ବରାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପିକା ଲିଜାଲିନ୍ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ ମେଲୋଡି କାର୍ୟ୍ୟକ୍ରମ ର ଭରପୁର ମଜା ନେଇଥିଲେ ଛାତ୍ର ଛାତ୍ରୀ ଓ ଦର୍ଶକ। କାର୍ୟ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ମହମ୍ମଦ ସାଦିକ୍ ଅଲ୍ଲୀ, କାର୍ୟ୍ୟାଳୟ ବଡ଼ ବାବୁ କୃଷ୍ଣ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ବି ବି ମହାପାତ୍ର, ଅଧ୍ୟାପିକା ନନ୍ଦିତା ଶୁକ୍ଳା, ଅଧ୍ୟାପିକା ପ୍ରିୟଙ୍କା କର ଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।
କିଶନନଗର କଲେଜ ର ବାର୍ଷିକ ଉତ୍ସବ
