ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ  ୨୬୫ତମ ଜୟନ୍ତୀ ପାଳନ।  

ବରୀ,୦୬/୦୨/୨୦୨୫ (ଓଡ଼ିଶା ସମାଚାର)-ରୀତିଯୁଗୀୟ କବି ତଥା ବରୀ ମାଟିର ସୁଯୋଗ୍ୟ ସନ୍ତାନ ମହାପୁରୁଷ  ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୫ ତମ ଜୟନ୍ତୀ ବରୀ ମାଉଣ୍ଡସ୍ଥିତ ମୁଖ୍ୟ ବଜାରରେ ସ୍ଥାପିତ ଅଭିମନ୍ୟୁ ପ୍ରତିମୂର୍ତ୍ତି ସ୍ଥଳରେ ଆୟୋଜକ ବରୀ ସାହିତ୍ୟ ସମନ୍ୱୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ବରୀ ସାହିତ୍ୟ ସଂସଦର ସଭାପତି ଆଶୁତୋଷ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଦେବ ପ୍ରସାଦ ସାମଲ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କୁଞ୍ଜ ବିହାରୀ ଦାଶ, ସମ୍ମାନିତ ଅତିଥି ଗୁନ ଚରଣ ନାୟକ ପ୍ରମୁଖ ଯୋଗ ଦେଇ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।  ଅତିଥି ପରିଚୟ ବରୀ ସାହିତ୍ୟ ସମନ୍ୱୟ ପରିଷଦ ର ଆବାହକ ନିମାଇଁ ଚରଣ ରାୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କବୟିତ୍ରୀ ସବିତା ନାୟକ, ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଚାଳଘର ସାହିତ୍ୟ ସଂସଦର ସମ୍ପାଦକ ପ୍ରତାପ କୁମାର ଦାସ,ଗୋମତୀ ପଣ୍ଡା,ବନ୍ଦନା ସାମଲ ଅଭୟ କୁମାର ଶତପଥୀ,ଆଇନଜୀବୀ ନନ୍ଦକିଶୋର ସାମଲ,କବି ଡ଼ଃ ଅମୁଲ୍ୟ କୁମାର ପଣ୍ଡା, ପ୍ରଭାସ ଦାସ ସମେତ ବୃଦ୍ଧିଜୀବୀ,ମହିଳା ଛାତ୍ର ଯୋଗ ଦେଇଥିଲେ। ଅଭିମନ୍ୟୁ ଜୟନ୍ତୀ ଅବସରରେ ଏହି ଅଂଚଳର ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସହମତିରେ ତଥା ସମ ସମୋଭାବାପନ୍ନ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଏହି ଅଂଚଳର ଆଉ ଜଣେ ସଂଗ୍ରାମୀ ତଥା ଜାତୀୟତା ବୋଧକ ଓ ଚେତନା ମୂଳକ କବି ରୂପେ ସୁପରିଚିତ ବାଞ୍ଛା ନିଧି ଦାଶଙ୍କୁ ‘ସ୍ୱରାଜ’ କବି ଭାବେ ସ୍ଥିରିକୃତ କରାଯାଇ ଓଡିଶା ସାହିତ୍ୟ ଏକାଡେମୀଙ୍କୁ  ଏକ ପ୍ରସ୍ତାବ ପ୍ରେରଣା କରାଗଲା ବୋଲି ବରୀ ସାହିତ୍ୟ ସମନ୍ୱୟ  ପରିଷଦର ଆବାହକ ନିମାଇଁ ଚରଣ ରାୟ ଘୋଷଣା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଡ଼ଃ ସୁମନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କବିଙ୍କ ଜନ୍ମ ଓ ଲୀଳାସ୍ଥଳୀ ବାଲିଆ ତଥା ଗୋଳକୁଣ୍ଡ ଠାରେ ମଧ୍ୟ ଜୟନ୍ତୀ ପାଳନ କରା ଯାଇଥିବା ଜଣା ଯାଇଛି।

Leave a Reply

Your email address will not be published. Required fields are marked *