ଭୁବନ ପଞ୍ଚାୟତ ସମିତି ର୍ ଷଷ୍ଠ ଅଧିବେଶନ

                                                ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି କାମ କରିବାକୁ ବିଧାୟକ ଙ୍କ ଆହ୍ବାନ

ଭୁବନ ୨୫/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ,ସେ ଏହି ବ୍ଲକରେ ଦୀର୍ଘ ୧୫ ବର୍ଷ ଅଧ୍ୟକ୍ଷ  ଭାବେ କାର୍ଯ୍ୟ କରି ୧ ନମ୍ବର  ବ୍ଲକ ଭାବେ ପୁରସ୍କୃତ ହୋଇଥିଲେ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ଦଳ ମତ ନିର୍ବିଶେଷରେ ମିଳିମିଶି କାର୍ଯ୍ୟ କଲେ ପୁନର୍ବାର ସାରା ରାଜ୍ୟରେ ଭୁବନ ବ୍ଲକ ଶ୍ରେଷ୍ଠ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ମାନ ଦେବା ସହ ସହମତିରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ସମ୍ପୂର୍ଣ କରିବାକୁ କହିଥିଲେ । ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭାବେ ପ୍ରେମାନନ୍ଦ ଜେନା ଯୋଗଦେଇ  ସୁଭଦ୍ରା ଯୋଜନା ,

ମୁଖ୍ୟମନ୍ତ୍ରୀ କୃଷକ ଯୋଜନା,ପ୍ରଧାନମନ୍ତ୍ରୀ କୃଷକ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ । ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପେନସନ ଦେବାକୁ ବିଧାୟକ ଶତ୍ରୁଘ୍ନ ଜେନା ବିଧାନସଭାରେ ଦାବି କରି ଥିବାରୁ ସରପଞ୍ଚ ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନଙ୍କ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା ।ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *