ମାନ୍ୟବର ରାଜ୍ୟପାଳଙ୍କ ସହିତ ରେଡକ୍ରସ ଅଧିକାରୀଙ୍କ ସାକ୍ଷାତ ଓ ଆଲୋଚନା

ଭୁବନେଶ୍ୱର,୧୬/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତୀୟ ରେଡକ୍ରସ୍, ଓଡିଶା ଶାଖାର ଅବୈତନିକ ସଚିବ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର ପାତ୍ର, (ଭା.ପ୍ର.ସେ.)ଙ୍କ ନେତୃତ୍ୱ ରେ କୋଷାଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଲାବଣ୍ୟ ସବର, ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି, ରେଡକ୍ରସ୍ ରକ୍ତ କେନ୍ଦ୍ରର ଡା. ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାରଣା ଏବଂ ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ତା ୧୫.୦୧.୨୦୨୫ରିଖ ରାଜ ଭବନ ଠାରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।
ଏହି ଅବସରରେ ଅବୈତନିକ ସଚିବ, ଶ୍ରୀଯୁକ୍ତ ପାତ୍ର ରେଡକ୍ରସ ସଲଗ୍ନ ବିଭିନ୍ନ ଶାଖା ଯଥା ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସେବା, ପରିବାର ପରାମର୍ଶ କେନ୍ଦ୍ର, ଆଂଚଳିକ ରେଡକ୍ରସ ରକ୍ତଭଣ୍ଡାର, ଆନ୍ତଃଜାତୀୟ ରେଡକ୍ରସ କମିଟି. ଯୁବ ରେଡକ୍ରସ, କନିଷ୍ଠ ରେଡକ୍ରସର ଉନ୍ନତିମୂଳକ ପଦକ୍ଷେପମାନ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି । ଭାରତୀୟ ରେଡକ୍ରସ୍, ଓଡିଶା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇ ମାନ୍ୟବର ରାଜ୍ୟପାଳ ଖୁସିବ୍ୟକ୍ତ କରିଥିଲେ ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏତତ୍ବ୍ୟତୀତ ମାନ୍ୟବର ରାଜ୍ୟପାଳ ସମସ୍ତ ସ୍କୁଲ ଓ କଲେଜଗୁଡିକରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଆଖି ପରୀକ୍ଷା କରିବାପାଇଁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *