କର୍ମ ଓ କର୍ମମୟ ଜୀବନର ପରିସମାପ୍ତି ଅବଶ୍ୟମ୍ଭାବୀ
ଭୁବନେଶ୍ୱର, ୩୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କର୍ମ ଓ କର୍ମମୟ ଜୀବନର ପରିସମାପ୍ତି ନାହିଁ । ବାସ୍ତବରେ ମନୁଷ୍ୟକୁ ତାର କର୍ମ ହିଁ, ପରିଚୟ ଦେଇଥାଏ । କାୟା ସହିତ ଛାୟା ଯେପରି ଜଡିତ, ମନୁଷ୍ୟ ସହିତ ତାର କର୍ମ ସଦାସର୍ବଦା ସେପରି ଜଡିତ ବୋଲି ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି । ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ନିଜ ନିଜ ଦାୟିତ୍ଵ ସୂଚାରୁରୂପେ ସମ୍ପାଦନ କରି ଆଜି ଅବସର ଗ୍ରହଣ କରିଥିବା ଭଣ୍ଡାର ପର୍ଯ୍ୟବେକ୍ଷକ ଶ୍ରୀ ଶକ୍ତି ରଞ୍ଜନ ରାଉତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀମତୀ ପ୍ରତିମା ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ନିର୍ଦ୍ଦେଶକ ଶ୍ରୀ ସାମଲ ଏହା କହିବା ସହିତ ଅବସର ଗ୍ରହଣ କରିଥିବା ଏହି ଦୁଇ କର୍ମଯୋଗୀଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ଉପହାର ପ୍ରଦାନ କରି ସେମାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ପ୍ରାରମ୍ଭିକ ସମ୍ଭାଷଣ ମାଧ୍ୟମରେ ଉଭୟ କର୍ମଯୋଗୀଙ୍କ ସରକାରୀ ସେବା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଅନୁ-ଶାସନ ସଚିବ ମୌସୁମୀ ଦାସ, ଅତିରିକ୍ତ ରଚନା ଅଧିକାରୀ ଶ୍ରୀ ବିକ୍ରମ ମହାରଣା, ସହକାରୀ ସୂଚନା ଅଧିକାରୀ ଶ୍ରୀ ବିବେକ ଭୂଷଣ ଦାସ, କର୍ମଚାରୀ ଶ୍ରୀ ପଞ୍ଚାନନ ସାହୁ ପ୍ରମୁଖ ସେମାନଙ୍କର କାର୍ଯ୍ୟଦକ୍ଷତା ଏବଂ ଉଭୟଙ୍କ ସହିତ ଅତିବାହିତ କରିଥିବା ସୁଖଦ ମୂହୁର୍ତ୍ତ ସମ୍ପର୍କରେ ଅବତାରଣା କରିଥିଲେ । ପରେପରେ, ଉଭୟ କର୍ମଚାରୀ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ କଲ୍ୟାଣ କମିଟି ଦ୍ଵାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ରହି ଶ୍ରୀ ରାଉତ ଏବଂ ଶ୍ରୀମତୀ ମହାନ୍ତିଙ୍କୁ ଅବସର ଜନିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଥିଲେ ।
-0-
ହର ପ୍ରସାଦ ମହାପାତ୍ର,ସହକାରୀ ପ୍ରେସ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
()
