କିଶନନଗର ପୋଲିସର ଅଜବ ନୀତି, ଅଭିଯୁକ୍ତ ସୁରକ୍ଷିତ, ଅଭିଯୋଗ କାରିଣୀ ଭୟଭୀତ !

କଟକ ସଦର, ୨୦/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) : କିଶନନଗର ଥାନା ପୋଲିସ ର ଅଜବ ନୀତି ଏଵେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଥାନାରେ ଆତିଥ୍ୟ ପାଇ ଛାତି ଫୁଲେଇ ଚାଲୁଥିବା ବେଳେ ଅଭିଯୋଗ କାରିଣୀ ଭୟଭୀତ ହୋଇ ନ୍ୟାୟ ପାଇଁ ଥାନାକୁ ଦୈ।ଡି ଦୈ।ଡି ନୟାନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଜନୈକା ମହିଳା ଶାଶୁ ଘରୁ ଆସି ହୃଦ ରୋଗୀ ବିଧବା ମା’ ଙ୍କ ସେବା ଶୁଶ୍ରୁଷା ପାଇଁ ଏଵଂ ନିଜେ ଗର୍ଭବତୀ ହୋଇଥିବାରୁ ବିଶ୍ରାମ ପାଇଁ ପ୍ରହରାଜପୁର ନାରଦା ଗ୍ରାମରେ ଥିବା ବାପ ଘରେ କିଛି ଦିନ ହେଲା ରହୁଛନ୍ତି। ହେଲେ ଉକ୍ତ ଗ୍ରାମର ଦୁଇଜଣ ବ୍ୟକ୍ତି ବିଭିନ୍ନ ସମୟରେ ତାଙ୍କୁ  ହଇରାଣ ହରକତ କରୁଥିବା ଵେଳେ ଗତ ଏକମାସ ତଳେ ତାଙ୍କ ଘରେ ପଶି ବାଡିଆପିଟା, ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବା ଧମକ ଚମକ ଦେବା, ଧର୍ଷଣ ଉଦ୍ୟମ କରିବା ଏଵଂ ଘରେ ଥିବା ଆଲମିରା ଭାଙ୍ଗି ସୁନା ଜିନିଷ, ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଉକ୍ତ ସମ୍ବେଦନଶୀଳ ଅଭିଯୋଗ କୁ ହାଲୁକା ଭାବେ ନେଇ ଚୁପ୍ ରହିଥିବା କୁ ନେଇ ଅଭିଯୋଗ କାରିଣୀ ସବୁ ସମୟରେ ନିଜକୁ ଅସୁରକ୍ଷିତ ମଣି ଭୟଭୀତ ହୋଇ ପଡିରହିଛନ୍ତି। ହେଲେ ଅଭିଯୁକ୍ତ ଥାନାକୁ ବିଭିନ୍ନ ସମୟରେ ଯାଇଁ ପୋଲିସର ଆତିଥ୍ୟ ଗ୍ରହଣ କରି ଫେରୁଥିବା କୁ ନେଇ ସାଧାରଣରେ ନାନା କଥା ଶୁଣାଯାଉଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱୟ ଅକଵର ଅଲ୍ଲୀ ଓ ଵରକତ ଅଲ୍ଲୀ ଙ୍କ ନାଁ ରେ ମାମଲା ରୁଜୁ ହୋଇଥିବା ପୋଲିସ କହୁଥିବା ବେଳେ ଗିରଫ ନହେବା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ର ଏଭଳି ମନୋଭାବ ପାଇଁ ଯଦି ଆମର କିଛି ଜୀବନ ମରଣ ସମସ୍ୟା ଉପୁଜେ ସେଥିପାଇଁ କିଶନନଗର ପୋଲିସ ଦାୟୀ ରହିବ ବୋଲି ଭୟଭୀତ ଓ ଅସୁରକ୍ଷିତ କହୁଥିବା ଅଭିଯୋଗ କାରିଣୀ ମହିଳା  ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କୋହଭରା କଣ୍ଠରେ କହିଛନ୍ତି।

Leave a Reply

Your email address will not be published. Required fields are marked *