ଦୁଖୀ ଓ ରଙ୍କିଙ୍କ ସେବାରେ ନନ୍ଦିଘୋଷ ଫାଉଣ୍ଡେସନ

ନିମାପଡ଼ା,୧୨/୧୨/୨୦୨୩ (ଓଡ଼ିଶା ସମାଚାର)-ସମାଜରେ ଅବହେଳିତ ହୋଇରହିଥିବା ଜାତୀବର୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ସେବାରେ ଉତ୍ସର୍ଗୀକୃତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନନ୍ଦିଘୋଷ ଫାଉଣ୍ଡେସନ । ଆଜି ମଧ୍ୟାହ୍ନରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଛକ ନିକଟରେ ଥିବା ପୁରୁଣା ଡି ଆଇ ଅଫିସ ଠାରେ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଫାଉଣ୍ଡେସନ ମୁଖ୍ୟ ସୁଶ୍ରୀ ରୋଜାଲିନ ନାୟକ  ଯୋଗଦେଇ ଅସମୟରେ  ଅସହାୟ ଗରିବ, ନିଷ୍ପେସିତ ଦୁଖୀରଙ୍କିକୁ ଅସମୟରେ ସହଯୋଗ କରିବା ଅନୁଷ୍ଠାନର ମୂଳଲକ୍ଷ୍ୟ ବୋଲି ଏକ ଖରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନୁଷ୍ଠାନ ମୁଖ୍ୟଉପଦେଷ୍ଟା ଶ୍ରୀଯୁକ୍ତ ପ୍ରାଣକୃଷ ନାୟକ, ସମାଜସେବୀ ରଜତ କୁମାର ସାହୁ, ପୂର୍ବତନ କାଉନସିଲର ବିମଳେନ୍ଦୁ ସ୍ୱାଇଁ ଏବଂ ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *