ସେପ୍ଟେମ୍ବର ୨୨ ତାରିଖରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ

ଭୁବନେଶ୍ୱର, ୦୩/୦୯/୨୦୨୬ (ଓଡ଼ିଶା ସମାଚାର)- ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ  ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୨୬ ଓ ୨୭ ତାରିଖ ସରକାରୀ ଛୁଟି ଓ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ଗୃହକାର୍ଯ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *