ବାରଙ୍ଗ, ୨୪/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହୁଥିବା ବେଳେ ବଡ଼ଦିନ ଓ ନୂଆବର୍ଷ ସୋମବାରରେ ପଡୁଥିବାରୁ ବଡ଼ଦିନ ଓ ନୂଆବର୍ଷ ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ରାତି ପାହିଲେ ବଡ଼ଦିନ ଓ ସପ୍ତାହେ ପରେ ନୂଆବର୍ଷ-୨୦୨୪। ପର୍ୟ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ୟ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଏବେ ପର୍ୟ୍ୟଟକଙ୍କ ଗହଳି ଲାଗି ରହିଛି। ଚଳିତ ବର୍ଷ ବଡ଼ଦିନ ସୋମବାର ପଡୁଥିବା ବେଳେ ନୂଆବର୍ଷ ମଧ୍ୟ ସୋମବାର ପଡ଼ୁଛି । ଏହି ଦୁଇ ଦିନ ସୋମବାର ହୋଇଥିଲେ ବି ଏହି ଦୁଇ ଦିନ ଦର୍ଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ସ୍କୁଲଗୁଡ଼ିକରେ ଶୀତକାଳୀନ ଅବକାଶ ଥିବାରୁ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ନନ୍ଦନକାନନକୁ ବୁଲାଇ ଆଣୁଛନ୍ତି। ତେଣୁ । ରବିବାର ଦିନ ଅଧିକ ଗହଳି ଦେଖିବାକୁ ମିଳୁଛି। ତେଣୁ ବଡ଼ଦିନ ଓ ନୂଆବର୍ଷ ସୋମବାର ପଡ଼ୁଥିବାରୁ ନନ୍ଦନକାନନ ଖୋଲା ରଖିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ତେବେ ଟିକେଟର ମୂଲ୍ୟ ପୂର୍ବରୁ ଯାହାଥିଲା , ସେତିକି ରହିବ।
ବଡ଼ଦିନ ଓ ନୂଆବର୍ଷ ସୋମବାର ରେ ପଡ଼ୁଥିଲେ ବି ଦର୍ଶକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
